STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଜଗଦୀଶ ହରେ

ଜୟ ଜଗଦୀଶ ହରେ

1 min
0

    ଜୟ ଜଗଦୀଶ ହରେ

    ============

କିମ୍ପା ଯିବି ବୃନ୍ଦାବନ ବାରାଣାସୀ

     କିମ୍ପା ଯିବି ରାମେଶ୍ବର l

ମରତ ବୈକୁଣ୍ଠ ନୀଳାଚଳେ ବିଜେ

      ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ll

କାହିଁ ଯିବି ମୁହିଁ ଅଯୋଧ୍ୟା ଦ୍ଵାରିକା

       ବଦ୍ରିକା ପୁଷ୍କର କାଶୀ l

ଶିରିକ୍ଷେତ୍ର ମୋର ସର୍ଵ ତୀର୍ଥ ସାର

        ବିଜେ ପ୍ରଭୁ ବ୍ରହ୍ମରାଶି ll

କି କାରଣେ ଯିବି ଗଙ୍ଗା ଗୋଦାବରୀ

       ନର୍ମଦା କାବେରୀ ସିନ୍ଧୁ l

ସକଳ ତୀରଥ ଯାହାଙ୍କ ଚରଣେ

        ମହୋଦଧି ମହାସିନ୍ଧୁ ll

ଚରଣ ଅମୃତ ଯାର ଗଙ୍ଗା ନୀର

       ବାଣୀ ଶୁଣାବନ୍ତି ଵେଦ l

ଯାହାଙ୍କ ଶ୍ରୀମୁଖ ଦରଶନେ ଧୀରେ

        କଟଇ ସର୍ଵ ପ୍ରମାଦ ll

ମହାଲକ୍ଷ୍ମୀ ଯାର ଚରଣେ କିଙ୍କର

      ସର୍ଵ ଐଶ୍ୱର୍ଯ୍ୟ ଠାକୁର l

କି ଦେଇ ପୂଜିବି ତାହାଙ୍କ ଚରଣ 

       ମୁହିଁ ଅଜ୍ଞାନୀ ପାମର ll

ପତିତ ତାରଣେ ପତି ତପାବନ 

      କେତନ ଉଡ଼ାଇଛନ୍ତି l

ପାଞ୍ଚକ୍ରୋଶ ଯାଏ ଜନେ ଦେଖାଯାଏ 

       ଦର୍ଶନେ ତୁଟଇ ଭ୍ରାନ୍ତି ll

ଜଗତ କଲ୍ୟାଣେ ସଦା ଯେ ଚିନ୍ତିତ 

     ବନ୍ଦନା ତାଙ୍କ ପୟରେ l

ପ୍ରଭୁ ନୀଳାଦ୍ରୀଶ ସର୍ଵ ଘଟେ ବାସ 

     ଜୟ ଜଗଦୀଶ ହରେ ll

     ଜୟ ଜଗଦୀଶ ହରେ ll

              🙏🙏🙏

                  ଅର୍ଜୁନୀ 

             -------------

ଅର୍ଜୁନୀ ଚରଣ ବେହେରା

ମୋ-୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational