STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆମ ସମ୍ବିଧାନର ରୂପକାର ଡ଼. ବି. ଆର. ଆମ୍ବେଦକର 

ଆମ ସମ୍ବିଧାନର ରୂପକାର ଡ଼. ବି. ଆର. ଆମ୍ବେଦକର 

1 min
0

ଆମ ସମ୍ବିଧାନର ରୂପକାର 

ଡ଼. ବି. ଆର. ଆମ୍ବେଦକର 

  =============

ଆହେ ପ୍ରଜ୍ଞାଧର ବିଦ୍ୱାନ ପ୍ରବର 

ତୁମ୍ଭେ ହେ ଆମ୍ବେଦକର।

ଆମ୍ଭ ସମ୍ବିଧାନ ଶାସନ ସଂହିତା 

ତୁମ୍ଭେ ତାର ରୂପକାର।। 

ନାନାଦେଶୁ ତଥ୍ୟ ଆଣିଲ ଗୁନ୍ଥିଲ 

ଗ୍ରଥିଲ ଯତନେ ଅତି।

ଆମ୍ଭ ସମ୍ବିଧାନ ଉତ୍କୃଷ୍ଟ ବିଶ୍ୱରେ 

ସୁଦୃଢ଼ ଯାହାର ଭିତ୍ତି।।

ସୁଦୀର୍ଘ ଲିଖିତ ସମ୍ବିଧାନ ଆମ 

ନାହିଁ ଯାର ପଟାନ୍ତର ।

ଭ୍ରାତୃତ୍ଵ ଏକତା ନ୍ୟାୟ ସ୍ୱାଧୀନତା 

ଧର୍ମ ଯା କରେ ପ୍ରଚାର।।

ଆମ ଆର୍ଯ୍ୟାବର୍ତ୍ତ ଦେଶ ଏ ଭାରତ 

ବିଚିତ୍ର ଜଗତେ ସିନା।

ବେଶ ଭୂଷା ଭାଷା ଅଲଗା ଅମିଶା

ଅଲଗା ଧର୍ମ ଭାବନା।।

କେତେ ବୁଦ୍ଧିବଳେ ରଚିଲ କୌଶଳେ 

ଏ କଥାକୁ ଦେଇ ଧ୍ୟାନ।

ଆଚାରେ ବିଚାରେ ଧର୍ମ ନିରପେକ୍ଷ 

ଆମ୍ଭେ ସଭିଏଁ ସମାନ।।

ତୁମ୍ଭେ ସଂସ୍କାରକ ସଂସ୍କାର କାରକ 

ତୁମ୍ଭେ ଜାତି ସୁଧାରକ।

ଦଳିତଙ୍କ ପାଇଁ ମାର୍ଗ ଦେଖାଇଲ

ସଂଗ୍ରାମେ ରଖିଲ ଟେକ।।

ଆହେ ମହାମନା ତୁମ୍ଭରି ଭାବନା 

ଧରି ଆମ୍ଭେ ଭାରତୀୟ।

ବିଶ୍ବରେ ପ୍ରଚାରୁ ମହାଜାତି ଆମ୍ଭେ 

ଏହି ଆମ ପରିଚୟ।।

ହେ ବାବା ସାହେବ କାଳ ବକ୍ଷେ 

ତୁମ୍ଭେ ରଖିଲ ଅଲିଭା ଗାର।

ଶରଣ ବାଞ୍ଛିଲ ବୁଦ୍ଧଙ୍କ ପୟରେ 

ତୁମ୍ଭେ ହେ ବୁଦ୍ଧ ପ୍ରବର।।

ମହାଭାରତୀୟ ଜାତି ସଦାକାଳେ 

ତୁମ୍ଭ ନାମ ନେଉଥିବେ।

ଆଜ ମନେ ପଡ଼ ଜନମ ଦିନରେ 

ହେ ବାବା ସାହେବ ତୁମ୍ଭେ।।

            🙏🙏🙏 

               ଅର୍ଜୁନୀ 

            ----------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


Rate this content
Log in

Similar oriya poem from Inspirational