ଜୟ ମାଆ କନକ ଦୁର୍ଗା
ଜୟ ମାଆ କନକ ଦୁର୍ଗା
ଜୟ ମାଆ କନକ ଦୁର୍ଗା
===============
ଜୟ ମା' କନକ ଦୁର୍ଗା
କନକ ବରଣି ।
ଜୟ ଜୟ ଜୟ ମାଆ
ଜଗତ କଲ୍ୟାଣୀ ।।
ବାସ କଲୁ ମାଆ ପୂଣ୍ୟ
କୃଷ୍ଣାବେଣୀ ତଟେ ।
ତେଲେଙ୍ଗା ରାଇଜେ
ଇନ୍ଦ୍ରକୀଳ ପରବତେ ।।
ଇନ୍ଦ୍ରକୀଳ ଶୃଙ୍ଗେ
ତୋର ସୁନ୍ଦର ଦେଉଳ ।
କନକ ପ୍ରତିମା କଣ୍ଠେ
ମୁକୁତାର ମାଳ ।।
ହିରଣ୍ମୟ ରୂପ ତୋ ମା'
ଦିଶେ ଝଟ ଝଟ ।
ପୟରେ ନୂପୁର ତୋର
ଶିରରେ ମୁକୁଟ।।
ବିଜୟ କଲୁ ବିଜୟା
ମହିଷାକୁ ମାରି ।
ନଗର ଖ୍ୟାତ ବିଜୟ
ୱାଡା ପଡ଼େ ହୁରି ।।
ନମସ୍ତେ ନମସ୍ତେ ମାତା
ନମସ୍ତେ ଗିରିଜା ।
ଗିରିରାଜ ନନ୍ଦିନୀ ମା'
ଜୟ ଅଷ୍ଟଭୂଜା ।।
ଦେବଙ୍କ ବିକଳେ ମାଆ
ହେଲୁ ଆବିର୍ଭୂତା।
ଜୟ ମା' ଭବାନୀ
ଜୟ ଜୟ ଜଗନ୍ମାତା।।
ଜୟ ଜୟ ଜଗଦ୍ଧାତ୍ରୀ
ଜୟ ବିଶ୍ୱଦ୍ଧାତ୍ରୀ ।
ତୋ କୃପାରୁ ପାହିଯାଏ
ମାଆ କାଳରାତ୍ରୀ ।।
ଶୁମ୍ଭ, ନିଶୁମ୍ଭ, ନାଶିନୀ
ମହିଷା ମର୍ଦ୍ଦିନୀ ।
ନବରୂପେ ପୂଜା ତୋର
ସତ୍ୟ ସନାତନୀ ।।
ତୁହି ମାଆ ମହାବିଦ୍ୟା
ଦିବ୍ୟ ଜ୍ଞାନଦାୟୀ ।
କୃପାରୁ ମାଆଲୋ ତୋର
ଅବିଦ୍ୟା ପଳାଇ ।।
କେତେ ଦୂରୁ ଭକ୍ତେ
ଆସି ବାଞ୍ଛନ୍ତି କରୁଣା।
କରୁଣାମୟୀ କରୁଣା
ନୋହି କାରେ ଉଣା ।।
ମହିମା ତୋହର ମାଆ
ପୁରାଣେ ବର୍ଣ୍ଣିତ ।
ଜାଣେ ନାହିଁ ମାଆ ତୋର
ପୂଜା ମନ୍ତ୍ର ସ୍ତୋତ୍ର ।।
ଭକ୍ତିରେ ବନ୍ଦଇ ମାଆ
ତୋ ପୟର ବେନି ।
ଦୟା ରଖିଥିବୁ ମାତେ
ନମଃ ନାରାୟଣୀ ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
