STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଜୟ ରାମ ନୟନାଭିରାମ 

ଜୟ ଜୟ ରାମ ନୟନାଭିରାମ 

2 mins
1

ଜୟ ଜୟ ରାମ ନୟନାଭିରାମ 

   ==============

ଜୟ ଜୟ ରାମ ନୟନାଭିରାମ 

    ଜୟ ହେ କୋଦଣ୍ଡଧାରୀ।

ହସ୍ତେ ଧନୁର୍ବାଣ କଟିରେ ତୂଣୀର 

     ଦିଶଇ ସୁନ୍ଦର ଭାରି।।

ଜୟ ଦାଶରଥୀ ଜୟ ସୀତାପତି 

       ଅନୁଜ ତୁମ୍ଭ ଲକ୍ଷ୍ମଣ।

ଜୟ ଶ୍ରୀ ଭରତ ଶତୃଘ୍ନ ସୌମିତ୍ର 

     ସେବକ ଶ୍ରୀହନୁମାନ।।

ରାତି ପାହିଥିଲେ ହୋଇଥାନ୍ତ ରାଜା 

      ପିତୃସତ୍ୟେ ଗଲ ବନ।

ଚୋଉଦ ବରଷ ବନେ କଲ ବାସ 

     ସହିଲ କେତେ କଷଣ।।

ଦୁଷ୍ଟ ଲଙ୍କା ପତି ଦୂର୍ମଦ ଦୁର୍ମତି 

     ପୁଣି ଯତୀବେଶ ଧରି।

ଭିକ୍ଷାଛଳେ ଆସି କପଟ ସନ୍ନ୍ୟାସୀ 

   କଲା ଦୁଷ୍ଟ ସୀତାଚୋରି।।

ଶ୍ରମଣା କୁଟୀରେ ଅତିଥି ହୋଇଲ 

     ଖାଇଲ ଅଇଁଠା କୋଳି।

ଦରଶନେ ତବ, ମୁନି ସରଭଙ୍ଗ

    ବ୍ରହ୍ମଲୋକ ଗଲେ ଚଳି।।

ସୁତୀକ୍ଷ୍ମ ମହର୍ଷି କେତେ କାଳୁ ବସି 

     ଚାହିଁ ରହି ଥିଲେ ପଥ।

ତବ ଦରଶନେ ଚଳି ଦିବ୍ୟ ଧାମେ 

      ଲଭିଲେ ପରମ ଅର୍ଥ।।

ଜଟାୟୁ ଉଦ୍ଧାରି କିଷ୍କିନ୍ଧ୍ୟାକୁ ଗଲ 

      ସୁଗ୍ରୀବେ ବସିଲ ମିତ୍ର।

ବାଳି ବିନାଶିଲ ସାଗର ଲଙ୍ଘିଲେ 

      ନିମିଷେ ପବନ ପୁତ୍ର।।

ଲଙ୍କାରେ ରାବଣ ବଧିଲେ ଆପଣ 

    ସାଗରେ ବାନ୍ଧିଲ ଭେଳା।

ତବ ନାମେ ପ୍ରଭୁ ଗଭୀର ଜଳରେ 

       ପର୍ବତମାନ ଭାସିଲା।।

ଭକ୍ତ ବିଭୀଷଣ, ଆସିଲେ ଶରଣ 

     ଲଙ୍କାରେ କଲ ରାଜନ।

ସୀତାଙ୍କୁ ଉଦ୍ଧରି ଅଯୋଧ୍ୟାକୁ ଫେରି 

    ଆସିଲ ବାଜେ ବାଜଣ।।

ଆହାରେ ଦଇବ ପୁଣି ଥିଲା ଯୋଗ 

       ଜାନକୀଙ୍କ ବିସର୍ଜନ।

ବାଲ୍ମିକୀ ଆଶ୍ରମେ ଜନ୍ମିଲେ ଗର୍ଭରୁ 

       ଦୁଇ ଯମଜ ସନ୍ତାନ।।

ପିତା ପୁତ୍ରଙ୍କର ହୋଇଲା ମିଳନ 

      ଅଶ୍ୱମେଧ ଯଜ୍ଞକାଳେ।

ପତିବ୍ରତା ଧର୍ମେ ଧରଣୀ ଫାଟିଲା 

   ସୀତା ପଶିଲେ ପାତାଳେ।।

ଜୟ ମାତା ସୀତା ଜନକ ଦୁହିତା 

     ଜୟ ମା' ଜୟ ଭୂମିଜା।

ତବ ପରି ସତୀ ଅଛି କେ ଜଗତେ 

     ପାଇବ ଚନ୍ଦ୍ରାର୍କେ ପୂଜା।।

ଜୟ ଜୟ ରାମ ଦୁର୍ବାଦଳ ଶ୍ୟାମ 

        ଅପୂର୍ଵ ତବ ଚରିତ।

ଗୀତେ ରାମାୟଣ କରିଲେ ଗାୟନ 

      ବାଲ୍ମିକୀ ତୁଳସୀ ସନ୍ଥ।।

ଭଜ ଆରେ ମନ ଶ୍ରୀରାମ ଚରଣ 

      ଭବାବ୍ଧୀ ତରଣେ ତରୀ।

ହେ ଭବ ନାଉରୀ ତବ ନାମ ଧରି 

     ବାଞ୍ଛା ଯାଉ ମୋର ପୁରି।।

            🙏🙏🙏

               ଅର୍ଜୁନୀ

       --------------

ଅର୍ଜୁନୀ ଚରଣ ବେହେରା 

ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational