ଜଳ ଦିବସ ଅନୁଚିନ୍ତା
ଜଳ ଦିବସ ଅନୁଚିନ୍ତା
ଜଳ ଦିବସ ଅନୁଚିନ୍ତା
============
ଶୁଣ ଶୁଣ ବିଜ୍ଞଜନ ଦେଇ ମନକର୍ଣ୍ଣ।
ଜଳର ମହିମା କିଛି କରିବି ବର୍ଣ୍ଣନ।।
ଅପୂର୍ଵଦାନ ଏ ଜଳ ଜାଣ ପ୍ରକୃତିର ।
ଜଳେପୁରିଅଛି ପଞ୍ଚ ସାଗର ଧରାର।।
ପ୍ରଶାନ୍ତ ଆଟଲାଣ୍ଟିକ ଭାରତ ସାଗର।
ହିମାଛନ୍ନ ପୁଣି ଦୁଇସମୁଦ୍ର ମେରୁର।।
ତପନ ତପାନ୍ତି ଜଳ ଉପରକୁ ଯାଇ ।
ବର୍ଷାକରି ଇନ୍ଦ୍ରପୁଣି ଦିଅନ୍ତିଫେରାଇ।।
ଉପରୁ ତଳକୁ ଜଳ ଏହି ପରି ଖେଳ।
ସତୁରିଭାଗ ଧରାରେ ପୁରିଅଛି ଜଳ।।
ନଦୀ କୂପ ପୁଷ୍କରିଣୀ ତଡ଼ାଗ ନିର୍ଝର।
ଝରଣାର ଜଳ ବହି ମିଶଇ ସାଗର।।
ଧରଣୀ ଗର୍ଭରେ ପୁଣି ଜଳ ପୁରିଅଛି।
ଜୀବଙ୍କ ମଙ୍ଗଳପାଇଁ ଵିଧି ସୃଜିଅଛି।।
କିଲାଭଅଛଇ କୁହ ଥାଇ ଏତେ ଜଳ।
ପେୟଜଳପାଇଁ ସବୁ ଡହଳ ବିକଳ।।
କୁହ କୁହ କର୍ଣ୍ଣ କାହିଁ ଥିଲାଟି କି ଶୁଣି।
କିଣିକିପିଇବ ପୁଣି ବୋତଲର ପାଣି।।
ପାଣି ପାଇଁ କାହିଁ ପୁଣି ଲାଗିଅଛି ଦ୍ୱନ୍ଦ୍ୱ।
ଆଶଙ୍କା ହୁଅଇ ଲାଗି ଯିବ ବିଶ୍ୱଯୁଦ୍ଧ।।
ଜଳ ସିନା ଅଟଇଟି ଜୀବଙ୍କ ଜୀବନ ।
ଜଳବିନା ଜଇବମଣ୍ଡଳ ହେଵ ଶୂନ୍ୟ।।
ପ୍ରଦୂଷଣ ରୋକି କର ଜଳ ସଂରକ୍ଷଣ।
ଜଳ ଦିବସରେ ଆଜି ଏ ଅନୁଚିନ୍ତନ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
