ଉଠ ରାମ ପାହିଲା ରଜନୀ
ଉଠ ରାମ ପାହିଲା ରଜନୀ
ଉଠ ରାମ ପାହିଲା ରଜନୀ
============
ଉଠ ରାମ ପାହିଲା ରଜନୀ
ହେ ରଘୁମଣି । ଉଠ ରାମ
ପାହିଲା ରଜନୀ।।
ବନସ୍ତେ ଡାକିଲେ କେକା
ବୃକ୍ଷରେ ଶୁକ ଶାରିକା
କୁକ୍କୁଟଙ୍କ ଡାକ ଶୁଭିଲାଣି
ହେ ରଘୁମଣି। ଉଠ ରାମ
ପାହିଲା ରଜନୀ।।
ଗଙ୍ଗ ଶିଉଳୀ ବନ
ଛୁଇଁ ବହେ ପବନ
କୁହୁ କୁହୁ ପିକ ରାବିଲେଣି
ହେ ରଘୁମଣି । ଉଠ ରାମ
ପାହିଲା ରଜନୀ ।।
କରଟ, କୁମ୍ଭାଟ, କାକ
ରାବିଲେଣି ଚକ୍ରବାକ
କଜ୍ଜଳପତ୍ରୀ କଳଧ୍ଵନୀ
ହେ ରଘୁମଣୀ। ଉଠ ରାମ
ପାହିଲା ରଜନୀ।।
ଘନ ଘନ ଘଣ୍ଟ ଧ୍ଵନୀ
ମନ୍ଦିରରୁ ଶୁଭିଲାଣି
ବୁଲନ୍ତି ଈଶ୍ୱର ଭବାନୀ
ହେ ରଘୁମଣୀ। ଉଠ ରାମ
ପାହିଲା ରଜନୀ।।
ଅସ୍ତ ଗଲେ ନିଶି ନାଥ
ଉଦେ ଛାୟାଙ୍କ କାନ୍ତ
ଲୁପ୍ତ ହେଲେଣି ତାରାଶ୍ରେଣୀ
ହେ ରଘୁମଣି। ଉଠ ରାମ
ପାହିଲା ରଜନୀ।।
ଉଠ ରାମ ଦାଶରଥି
ଆସିଲେଣି ସଖା ସାଥୀ
ମୁଖ ପଖାଳ ନେତ୍ରମଣି
ହେ ରଘୁମଣି । ଉଠ ରାମ
ପାହିଲା ରଜନୀ।।
ଶୁଣିଣ ମାତାଙ୍କ ଗୀର
ନିଦ୍ରା ତେଜି ରଘୁବୀର
ନମନ୍ତି କୌଶଲ୍ୟା ଜନନୀ
ହେ ରଘୁମଣୀ । ଉଠ ରାମ
ପାହିଲା ରଜନୀ।।
ହେ ପ୍ରଭୁ କୋଦଣ୍ଡଧର
ବନ୍ଦନା କରେ କିଙ୍କର
ଶୁଭ ପ୍ରଭାତେ ଏହିକ୍ଷଣି
ହେ ରଘୁମଣୀ । ଉଠ ରାମ
ପାହିଲା ରଜନୀ।।
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
