ପାଠ ମଧ୍ୟେ ରାଜା ଗଣିତ
ପାଠ ମଧ୍ୟେ ରାଜା ଗଣିତ
ପାଠ ମଧ୍ୟେ ରାଜା ଗଣିତ
============
ଶୁଣଶୁଣ ଶୁଣଶୁଣ ଶୁଣ ମୋର ଅଜା l
ଗଣିତଅଟଇ ପାଠଙ୍କ ମଧ୍ୟରେ ରାଜା ll
ଗଣିତବଳରେ କେତେ ଅଭ୍ରାନ୍ତଗଣନା l
ପଣ୍ଡିତେ କରନ୍ତି ସବୁ ସିଦ୍ଧାନ୍ତ କଳ୍ପନା ll
ତ୍ରିକୋଣମିତି ଜ୍ୟାମିତି, ପୁଣି ପରିମିତି l
ବୀଜଗଣିତ ଏହାର ଶାଖା ସବୁ ଛନ୍ତି ll
ପରିସଂଖ୍ୟାନ ବିଜ୍ଞାନ ପୁଣି କାଲ୍କୁଲସ୍ l
ଗଣିତନିକଟେ ହୋଇଥାନ୍ତି ଉଠବସ୍ ll
ଜ୍ୟୋତିଷବିଜ୍ଞାନପୁଣି ଭୌତିକବିଜ୍ଞାନ l
ଗଣିତକୁ ଛାଡ଼ି କରି ନାହିଁ ଜାଣ ସ୍ଥାନ ll
ସୂକ୍ଷ୍ମାତି ସୁକ୍ଷ୍ମ ଗଣନା, ଗଣିତ ବଳରେ l
ଚନ୍ଦ୍ରଯାନ ପହଞ୍ଚିଲା ଯାଇ ଚନ୍ଦ୍ରପରେ ll
ଏମିତି କିଛି ବିଜ୍ଞାନ, ଦୁନିଆଁରେ ନାହିଁ l
ଗଣିତ ବିନା ତିଷ୍ଠିଛି ଜାଣ ଅଜା ତୁହି ll
ଆର୍ଥିକଯୋଜନା ଅର୍ଥନୀତି ରୂପାୟନ l
ଗଣିତର ରହିଅଛି ମହା ଯୋଗଦାନ ll
ଗଣିତଜ୍ଞ ଭାସ୍କର ଓ ଆମ ଆର୍ଯ୍ୟଭଟ୍ଟ l
ଦେଇଯାଇଛନ୍ତି ବହୁ ଦୁର୍ମୂଲ୍ୟସିଦ୍ଧାନ୍ତ ll
ଗଣିତପଣ୍ଡିତ ଶୁଣ ପୁଣି ଆଇନଷ୍ଟେନି l
ସମର୍ଥ ନଥିଲେ ପୁଣି ବସ ଭଡ଼ା ଗଣି ll
ଆଜି ଗଣିତ ଦିବସ ଶୁଣ ଆହେ ଅଜା l
ଆମ ରାମାନୁଜ ବିଶ୍ୱ ଜନଙ୍କର ପୂଜା ll
ଅଙ୍କପାଠ ଅତିକଷ୍ଟ ମୁଣ୍ଡେ ପଶେନାହିଁ l
ସତ ମୁଁ କହୁଛି ଅଜା ତୁମ ପାଦ ଛୁଇଁ ll
ସବୁ ଅଙ୍କ ପଣ୍ଡିତଙ୍କୁ ମୋ'ର ନମସ୍କାର l
ମେଳଣକୁ ଯିବା ଚାଲ ତୁମର ଆମର ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
