ଭୁଲ୍ କର କ୍ଷମା
ଭୁଲ୍ କର କ୍ଷମା
ମୋ ପ୍ରେମର ଆପଣାର ତୁମେ ବନ୍ଧୁ ମୋର
ଭୁଲିନି କେବେ ଗୋଟିଏ ମୁହୂର୍ତ୍ତକ ପାଇଁ,
ଯେଉଁ ସୁଖ ହୃଦୟରେ ବୁଣିଛି ପ୍ରେୟସୀ
ଭାବେ, ସେ ସକଳ ସୁଖ ତୁମକୁ ସମର୍ପିବି ମୁହିଁ ।
ବର୍ଷେ ନୁହେଁ, ଅନନ୍ତ ଯୁଗରୁ ତୁମେ ପରିଚିତ
ତୁମକୁ ଦେଖିବା ପାଇଁ, ଆଜି ଖୋଜେ ମୁଁ ବାହାନା,
କଥା ଯେବେ ହେଉଥିଲ ପ୍ରୀତି ପୁଲକରେ
ହୃଦୟରେ ଭରୁଥିଲ ଅପୂର୍ବ ଭାବନା ।
କେମିତି ମୁଁ ଭୁଲିଯିବି କୁହ ତମେ ଥରେ ?
ଯାହା ପାଇଁ ନିରନ୍ତର ଝୁରେ ମୋ ଅନ୍ତର,
କୋଟିଏ ଭୁଲ୍ କୁ କ୍ଷମା କରୁଥିଲ କ୍ଷଣେ
କେଉଁ ଭୁଲ୍ ପାଇଁ ଆଜି ପ୍ରେମରେ ଟାଣ ଗାର ।
ଅସହ୍ଯ ବେଦନା ଆଜି ପାଏ ତୁମ ବିରହରେ
କାହିଁକି ଏମିତି କର କୁହ ପଦେ ମାତ୍ର,
ଉତ୍ତର ପାଇଲେ ପ୍ରାଣ ଲଭିବ ଶୀତଳ
ଜଗତରେ ଏକା ବଞ୍ଚିବାକୁ ଲୋଡା ତୁମ ସୂତ୍ର ।
ମୁଖ ପୁସ୍ତିକାରେ ମୋତେ କଲ ହତାଦର
ତଥାପି ଭଲ ପାଏ ମୁଁ ତୁମକୁ ଅନନ୍ତ,
ଭାବନା ସହ ଖେଳିଣ କି ସୁଖ ସାଉଁଣ୍ଟ ?
ମୁଁ ଏଠି ଲୁହରେ ଭିଜେ ପ୍ରତିଟି ମୁହୂର୍ତ୍ତ ।
ଭୁଲ୍ ବୁଝି ଦେଲ ମୋତେ ଜୀବନ ବାଟରେ
ବିଚ୍ଛେଦ ଜ୍ବାଳାରେ ଡୁବାଇଲ ପର କରି,
ବୁଝିଗଲି ଆଜି ତମ ଭାବନା କେମିତି
ତେଣୁ ଅନ୍ତ କରୁଅଛି ସଂପର୍କର ଡୋରୀ ।
ଖୋଜିଲେବି ପାଇବନି ଜୀବନରେ କେବେ
ଯୋଜନ ଯୋଜନ ଦୂର ଚାଲିଯିବି ଆଜି,
ଯେତେ ଡାକିଲେବି ଆଉ ଶୁଣିବିନି ଜମା
ତୁମ ସ୍ବପ୍ନେ ମୋର ଛବି ଯାଇଥିବ ହଜି ।
