STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ନୂଆ ବର୍ଷ ନ ହେଉ ମଉଜର

ନୂଆ ବର୍ଷ ନ ହେଉ ମଉଜର

1 min
200


ଅନାଦି କାଳରୁ ଦିନ ମାସ ବର୍ଷ

ଯାଉଅଛି ଧୀରେ ବହି

ଆସିବା ଓ ଯିବା ନିୟତି ନିୟମ 

ରୋକି କି ପାରିବେ କେହି ll

ଓଡ଼ିଆ ବର୍ଷର ପହିଲି ସଂକ୍ରାନ୍ତି 

ମହାବିଷୁବ ମିଳନ 

ନୁଆ ପାଞ୍ଜି ପଢ଼ା ହୁଏ ସେ ଦିନରେ 

ଓଡ଼ିଆ ଘର ନିୟମ ll

ମାନିବି ମାନୁନେ ସେହିସବୁ କଥା

ଭାସୁଛେ କାଳର ସ୍ରୋତେ  

ପ୍ରବହମାନ ଏ କାଳର ଧାରାକୁ 

ଜାଣନ୍ତି ଜନ ଜଗତେ ll

ନୂଆ ବର୍ଷ ପାଇଁ ଚାରିଆଡେ଼ ପରା

ପଡ଼ିଲାଣି ଏବେ ହୁରି 

ପୁରୁଣା ହେଲାଣି ସଜବାଜ ପରା 

ଯିବସେ ଦୂରକୁ ଫେରି ll

ଲକ୍ଷ ଲକ୍ଷ ଟଙ୍କା ଅପବ୍ୟୟ କରି 

ବାଦ୍ୟ ଗୀତ ତାଳେ ତାଳେ 

ନାଚୁ ଥିବେ ଆମ ଯୁବ ପିଢୀମାନେ 

ସାଙ୍ଗ ସାଥିଙ୍କର ମେଳେ ll

ଅନାଥ ସଢୁଛି ଖାଦ୍ୟ ମୁଠେ ବିନା 

ପେଟେ ଓଦା କନାଦେଇ 

ଭାଗ୍ୟଟି ତାହାର ପଥରର ତଳେ

କେବେ କି ବୁଝିଛ ଭାଇ ll

ସେହି ପଇସା ରେ ଦାନା ମୁଠେ ନେଇ  

ଭୋକିଲା ପେଟକୁ ଦିଅ 

ରୋଗିକୁ ଔଷଧ ବିତରଣ କରି

ମୁଖେତା ହସ ଫୁଟାଅ ll

ସେହି ସେବା ତୁମ ହୃଦୟ ଉଛୁଳି 

ଉଠିବ ନିଶ୍ଚୟ ହସ 

ଦିବ୍ୟ ଭୂମି ଏହି ଭାରତୁ ହଟିବ 

ଅପସସ୍କୃତିର ବିଷ

ହାତେହାତ ରଖି ହଟାଅ ଦେଶରୂ

ନରହିବା ଅବଶୋଷ ll

ସଂସ୍କୃତି ସାଧନା ସଂସ୍କାର ଆମର 

ଭ୍ରାତୃତ୍ୱର ମାପକାଠି

କରିଆଜି ପଣ ରଖିଯିବା ଟାଣ

ହୋଇବା ସର୍ବେ ଏକାଠି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational