ଶ୍ରୀ ମହା ପ୍ରସାଦ
ଶ୍ରୀ ମହା ପ୍ରସାଦ
ତୁମ ମହା ପ୍ରସାଦ ଦିଅ ମହା ପ୍ରଭୁ
ହାତ ପାତି ବସି ଥିବି
ଯୋଗୀ ରୁଷି ନୁହେଁ ତୁମ ଭକ୍ତ ହୋଇ
ତୁମ ପାଦେ ପଡି ଥିବି ।
ଧନ ମାଗୁ ନାହିଁ କି ହେବ ମୋହର
ତୁମେ ମୋର ଧନ ଏଇ ଜୀବନର
ମାଗୁ ନାହିଁ କେବେ ସୁନାର ନଅର
ଭଙ୍ଗା କୁଡ଼ିଆ ହେଉ ମୋର ମନ୍ଦିର ।
ତୁମ ଛଡା ତୁଳସୀ ଦିଅ ମହା ପ୍ରଭୁ
ପାପ ତାପ ଭୁଲି ଯିବି ।
ମିଛ ଦୁନିଆ ରେ ତୁମେ ହିଁତ ସତ
ବିଷ ଲାଗେ ମୋତେ ଏ ସାରା ଜଗତ
ହରି ନାମ ଏକା କଳି ଯୁଗେ ସମ୍ପଦ
ମୟାରେ ପଡି ଜୀବ ହୁଏ ତ ମୋହିତ ।
ତୁମ ନିର୍ମାଲ୍ୟକୁ ଦିଅ ମହା ପ୍ରଭୁ
ତୁଣ୍ଡେ ପାଇ ତରି ଯିବି ।