STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସ୍ଵାସ୍ଥ୍ୟ ହିଁ ସମ୍ପଦ

ସ୍ଵାସ୍ଥ୍ୟ ହିଁ ସମ୍ପଦ

1 min
146


ସ୍ବାସ୍ଥ୍ଯ ଆମର ମୂଲ୍ୟବାନ ଭୁଲିବା ନାହିଁ

ନିଜେ ନିଜ ପରିବେଶକୁ ସ୍ଵଚ୍ଛ ରଖିବା ଭାଇ

ପରିବେଶ ଆମ ସ୍ଵଚ୍ଛ ଯେବେ ହୋଇବ

ଆମ ଜୀବନ ଆନନ୍ଦ ରେ ହସି ଉଠିବ

ନିଜେ ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖିବା

ଉତ୍ତମ ଖାଦ୍ୟ ଆମେ ଖାଇବା

ବିଳମ୍ବିତ ରାତ୍ରିରେ ଶୋଇବା ନାହିଁ

ଏହା ଆମ ସ୍ଵାସ୍ଥ୍ୟ ପାଇଁ ଜମା ଭଲ ନାହିଁ

ପ୍ରାତଃ ବେଳାରେ ଶଯ୍ୟା ଛାଡିବା

ଯୋଗ କରି ଆମେ ନିରୋଗ ହେବା

ପ୍ରାତଃକାଳରେ ଭ୍ରମଣ କରିବା ଆମେ

ସକାଳ ସୂର୍ଯ୍ୟ କିରଣରେ ବସିବା ଆମେ

ସନ୍ଧ୍ୟା ବେଳାରେ ଆମେ ନୀତି ବୁଲିବା

ନିଜ ମନରୁ ଚିନ୍ତା ଦୁରେଇ ସତେଜ ରହିବା

ରୋଗକୁ କେବେ ଛୋଟ ଭାବିବା ନାହିଁ

ଆମ ଡାକ୍ତରଙ୍କ ପରାମର୍ଶ ନେବା ଆମେ ଯାଇ

ତେଲ ମସଲା ରାଗ ଆମେ ଖାଇବା ନାହିଁ

ସବୁଜ ପରିବା ଖାଇବା ନିୟମିତ ଭାଇ

ପ୍ରଚୁର ପାଣି ଆମେ ନୀତି ପିଇବା

ଜଳ ହିଁ ଆମ ଜୀବନ ମନେ ରଖିବା

ନିଶା ଠାରୁ ଆମେ ସଭିଏଁ ରହିବା ଦୁରେଇ

ପାନ ବିଡି ସିଗାରେଟ ଆମ ସ୍ବାସ୍ଥ୍ଯ ପାଇଁ ଜମା ଭଲ ନାହିଁ

ମା ମାଉସୀ ମନେ ରଖିବା ଗୁଡ଼ାଖୁ

ନିଶା ଆମେ ଛାଡିବା

ଯୁବ ଭାଇମାନେ ମନେ ରଖିବ ତମାଖୁ ଗୁଟୁଖା କେବେ ନ ଖାଇବ

ପାଣି ଫୋଟକା ଆମ ମଣିଷ ଜୀବନ

ନିଜ ସ୍ବାସ୍ଥ୍ଯ ପାଇଁ ନିଜେ ହେବା ସଚେତନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational