STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଗୋମାତା

ଗୋମାତା

1 min
154

ହିନ୍ଦୁ ଧର୍ମଶାସ୍ତ୍ର ମତେ

   ଦ୍ୱିତୀୟ ମାତା ଯେ ଗୋମାତା 

ମାନବ କଲ୍ୟାଣେ ଥାଇ

    ପୂର୍ଣ୍ଣକରେ ଆବଶ୍ୟକତା।


ମାତା ରୂପେ କ୍ଷୀର ଦାନ

    କରିଥାଏ ସେ ଅକୁଣ୍ଠିତେ 

ତାର ତ୍ୟାଗପଣ ସମ

    କିଛି ନାହିଁ ସାରା ଜଗତେ।


ନିଜ ବତ୍ସା ପେଟ କାଟି

     ଦିଏ ଅମୃତ ପରି କ୍ଷୀର 

ସକଳ ପ୍ରାଣୀଏ ଖାଦ୍ୟ

     ରୂପେ ଖାନ୍ତି ସଚରାଚର।


ଦୁଧ ଦହି ଲହୁଣୀ ଯେ

     ପୁଣି ହୁଏ ବିଶୁଦ୍ଧ ଘିଅ 

ଆବାଳ ବୃଦ୍ଧ ବନିତା

     ସଭିଙ୍କର ଏ ଅତି ପ୍ରିୟ।


ଯାଗ ଯଜ୍ଞ ବହୁ କାର୍ଯ୍ୟେ

    ପୁଣି ଯେ ମହୌଷଧି ରୂପେ 

ଘୃତର ସ୍ଥାନ ତ ଶୀର୍ଷେ

    ଊନ ସବୁ ତାର ସମୀପେ।


ବତ୍ସା ତା' ବଳଦ ହୋଇ

    ଲାଗିଥାଏ ଯେ କୃଷି କାର୍ଯ୍ୟେ 

ଶଗଡ଼େ ଟାଣି ଦରବ

   ଯୋଗାଏ ମାନବ ସାହାଯ୍ୟେ।


ଗୋବର ତା' ଖତସାର

     ରୂପେ ଅତି ଉତ୍କୃଷ୍ଟମାନ 

ଉନ୍ନତ ଧରଣ କୃଷି

    ପାଇଁ ହୁଏ ତ ପ୍ରୟୋଜନ।


ଗୋମାତାର ତ୍ୟାଗପଣ

    ମା'ଠୁ କମ୍ ନୁହଁଇ କେବେ 

ସର୍ବଦା ସେବାରେ ଥାଏ

   ପୂଜ୍ୟନୀୟା ସେ ଏଇ ଭବେ।


ଗୋମାତାର ସେବାଯତ୍ନ

   କରନ୍ତି ତା ଯେତେ ପାଳକେ 

ମାତା ରୂପେ ପୂଜାକରି

    ରଖନ୍ତି ତାକୁ ଏ ଭୂଲୋକେ।


ନିରୀହ ଅବୋଲା ଜୀବ

    ହେଲେ ବି ବହୁ ଉପକାରୀ 

ତା' ପ୍ରତି ମହତ ଭାବ

    ରଖିଥିବା ହୃଦୟେ ଭରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational