ବନ୍ଦେ ଶ୍ରୀରାମ
ବନ୍ଦେ ଶ୍ରୀରାମ
ବନ୍ଦେ ଶ୍ରୀରାମ ସୁନ୍ଦର ଶ୍ୟାମଘନ ମୂର୍ତ୍ତୀ
ଧନୁର୍ଦ୍ଧାରୀ ସତ୍ୟ ସନ୍ଧ ନବଘନ କାନ୍ତି l
ଶ୍ରୀ ଦଶରଥ ତନୟ ପ୍ରଭୁ ସୀତା କାନ୍ତ
ପ୍ରାଣପଛେ ଯାଉ ନିତି ସଦା ଥାଉ ସତ୍ୟ l
ବିଷ୍ଣୁ ଅଂଶେ ଅବତରି ଥିଲ ଚାରି ଭ୍ରାତ
ଶ୍ରୀରାମ,ଲକ୍ଷ୍ମଣ,ଶତ୍ରୁଘନ,ଶ୍ରୀ ଭରତ l
ଲକ୍ଷ୍ମୀ ଅଂଶୁ ଜନ୍ମ ଲଭି ଜନକ ନନ୍ଦିନୀ
ପତିବ୍ରତାଧର୍ମେ ବ୍ରତା ଫାଟିଲା ମେଦିନୀ l
ପିତୃ ସତ୍ୟେ ଚୌଦ ବର୍ଷ କଲ ବନବାସ
ସୀତା ହରି ରାବଣର ବଂଶ ଗଲା ନାଶ l
କପି ଭଲ୍ଲୁକେ ବାନ୍ଧିଲ ମହାସିନ୍ଧୁ ଭେଳା
ରାମେଶ୍ୱର ଥାପି ଜଳେ ପଥର ଭାସିଲା l
ଦ୍ରୋହ କରି ମହାପାପେ ହତ ସ୍ବର୍ଣ୍ଣଲଙ୍କା
ଶରଣ ସମ୍ଭାଳି ଭକ୍ତ ବିଭୀଷଣେ ଦୀକ୍ଷା l
ସୁଗ୍ରୀବେ ମଇତ୍ରହେଲ ବାଳିକୁ ସଂହାରି
ଧର୍ମ ସଂସ୍ଥାପିଲ ଦୟାମୟ ରାବଣାରୀ l
ନଳ,ନୀଳ ସୁଗ୍ରୀବ,ଜଟାୟୁ,ଜାମ୍ବବାନ
ଅଞ୍ଜନା ବାୟୁ ନନ୍ଦନ ବୀର ହନୁମାନ l
ଜନ୍ମ ଜନ୍ମ ତପକରି ହୋଇଲେ ସେବକ
ପାଦେ ତାଙ୍କ ନମସ୍କାର ମୁଁ ଅଜ୍ଞାନ ମୁର୍ଖ l
ଶ୍ରୀରାମ, ଲକ୍ଷ୍ମଣ, ଶ୍ରୀଭରତ, ଶତ୍ରୁଘନ
ଭକ୍ତ ବିଭୀଷଣ ପାଦେ କୋଟିଏ ନମନ l
ରାମନାମ ସତ୍ୟ ଅଟେ ଭବାବ୍ଧି ନଉକା
ଭବ କର୍ଣ୍ଣଧାର ରାମନାମ ଗୋଟି ଏକା l
ପଥ ହରା ପଥିକ ମୁଁ ଭବ ଅରଣ୍ୟରେ
ପାରି କର ରାମନାମ ସଦା ମୁହିଁ ସ୍ମରେ l
