ନମାମି ନମାମି ରାମ
ନମାମି ନମାମି ରାମ
ନମାମି ନମାମି ରାମ
============
ଜୟ ଜୟ ଜୟ ରାମ
ଶ୍ୟାମ କଳେବର l
ହସ୍ତରେ କୋଦଣ୍ଡ ତବ
କଟିରେ ତୁଣୀର ll
ମୁନିଜନ ମନୋହାରୀ
ନୟନାଭିରାମ l
ପିତୃ ସତ୍ୟେ ବନେ ଗଲ
ବିଧି ହେଲା ବାମ ll
ଜୟ ଜୟ ଜୟ ରାମ
କରୁଣା ନିଧାନ l
ମୁକତି ଲଭିଲା ହସ୍ତେ
ଦୁଷ୍ଟ ଦଶାନନ ll
ଜୟ ଜୟ ଜୟ ରାମ
ରାଜୀବ ଲୋଚନ l
ଅରୁଣ ଲୋଚନ କଲ
ଦୁର୍ଗାଙ୍କୁ ଅର୍ପଣ ll
ଜୟ ଜୟ ଜୟ ରାମ
ଭବ ଦୁଃଖ ହର l
ଦୀନ ଜନ ବନ୍ଧୁ ପ୍ରଭୁ
କରୁଣା ସାଗର ll
ଜୟ ଜୟ ଜୟ ରାମ
କୌଶଲ୍ୟା ନନ୍ଦନ l
ଜାନକୀ ନାୟକ ତବ
ଭକ୍ତ ହନୁମାନ ll
ଜୟ ଜୟ ଜୟ ରାମ
ଖର ଦୂଷଣାରୀ l
ପାପୀ ତରିଯାନ୍ତି ପ୍ରଭୁ
ତବ ନାମ ଧରି ll
ଜୟ ଜୟ ଜୟ ରାମ
ଭବଜଳେ ଭେଳା l
ଅଇଁଠା କୋଳି ଭୁଞ୍ଜାଇ
ଶବରୀ ତରିଲା ll
ଜୟ ପତିତପାବନ
ରଘୁକୁଳ ମଣି ।
ପଥରେ ତାରିଲ ପ୍ରଭୁ
ଅହଲ୍ୟା ପାଷାଣୀ ll
ଜୟ ଜୟ ଜୟ ରାମ
ପ୍ରଭୁ ରଘୁନାଥ l
କିଷ୍କିନ୍ଧ୍ୟାରେ ସୁଗ୍ରୀବଙ୍କ
ସାଥେ ହେଲ ମିତ୍ର ll
ଜୟ ଜୟ ଜୟ ରାମ
ସତ୍ୟ ତବ ନାମ l
ଚରଣେ ଶରଣ ଗଲା
ଭକ୍ତ ବିଭୀଷଣ ll
ଜୟ ଜୟ ଜୟ ରାମ
ପ୍ରଭୁ ଦାଶରଥି l
ଜୟ ଜୟ ଜୟ ରାମ
ସର୍ଵ ଲୋକ ପତି ll
ଜୟ ଜୟ ଜୟ ରାମ
ସର୍ଵ ଅନ୍ତର୍ଯ୍ୟାମୀ l
ନମାମି ନମାମି ରାମ
ନମାମି ନମାମି ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧
