ବନ୍ଦେ ଗଜାନନ
ବନ୍ଦେ ଗଜାନନ
ବନ୍ଦେ ଗଜାନନ
=========
ବନ୍ଦେ ଗଜନାବ ଗଜେନ୍ଦ୍ର ବଦନ
ବନ୍ଦେ ପ୍ରଭୁ ଗଣପତି ।
ମୂଷିକ ବାହନ, ପିତା ପଞ୍ଚାନନ
ମାତା ହିମାଳୟ ପୁତ୍ରୀ ।।
ବନ୍ଦେ ବିଦ୍ୟାପତି ରିଦ୍ଧି ସିଦ୍ଧି ପତି
ବିଦ୍ୟାଦାତା ଭଗବାନ ।
ଆହେ ସର୍ବ ଜ୍ଞତା ଶୁଭ ବୁଦ୍ଧି ଦାତା
ସବୁରି ବିଘ୍ନ ନାଶନ ।।
ବନ୍ଦେ ଲମ୍ବୋଦର ପୃଥୁଳ ଜଠର
ସ୍କନ୍ଧେ ଉତ୍ତରୀ ପଇତା ।
ପାଶାଙ୍କୁଶ ହସ୍ତ ପ୍ରଭୋ ଗଣନାଥ
କପାଳେ କସ୍ତୁରୀ ଚିତା ।।
ବିଦ୍ୟାର ବାରିଧି ଆହେ ଦୟାନିଧି
ବନ୍ଦେ ବିଦ୍ୟା ଅଧିପତି।
ବିଦ୍ୟାରମ୍ଭେ ପୂଜା ଆହେ ବିଘ୍ନରାଜା
ବିଦ୍ୟାର୍ଥୀ କରନ୍ତି ସ୍ତୁତି।।
ବନ୍ଦେ ଅଗ୍ରପୂଜ୍ୟ ଶୁଭ କର କାର୍ଯ୍ୟ
ହେରମ୍ୱ ମୋଦକ ଲୋଭି।
ତୁମ୍ଭ ପାଦ ଧ୍ୟାୟୀ, ବନ୍ଦନା କରଇ
ତବ ନାମ ଭାବି ଭାବି।।
ବନ୍ଦେ ବକ୍ରତୁଣ୍ଡ ହେ ବିଦ୍ୟାମାର୍ତ୍ତଣ୍ଡ
ଏକଦନ୍ତ ବିଘ୍ନହର୍ତ୍ତା।
ସୂପୁତ୍ରୀ ତୁମ୍ଭର ଆହେ ଗଣେଶ୍ୱର
ଅଟନ୍ତି ସନ୍ତୋଷୀ ମାତା ll
ବନ୍ଦେ ବିନାୟକ ବିଦ୍ୟା ପ୍ରଦାୟକ
ନମୋ ଗଣେଷ ବିଘ୍ନେଶ ।
ଦାନେ ଶୁଭ ବୁଦ୍ଧି ଆହେ ବିଦ୍ୟାନିଧି
ନାଶ ଅଜ୍ଞାନ କଳୁଷ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
