STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶାସ୍ତ୍ରୀୟଭାଷା ଦିବସ ଅନୁଚିନ୍ତା

ଶାସ୍ତ୍ରୀୟଭାଷା ଦିବସ ଅନୁଚିନ୍ତା

2 mins
1

ଶାସ୍ତ୍ରୀୟଭାଷା ଦିବସ ଅନୁଚିନ୍ତା =================
ଉତ୍କର୍ଷ କଳାର ଉତ୍କଳ ଦେଶ
ଆଜ ଓଡ଼ିଶା l
ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ
ମାତୃଭାଷା ll
ଆମ ପୁଣ୍ୟଭୂମି ଉତ୍କଳ ନେତା
ଶ୍ରୀଜଗନ୍ନାଥ l
ପତିତପାବନ ଗାଏରେ ପରା
ଆମ ସଂଗୀତ ll
ଆମ ଭାଷା ଅତି ମହାନ ଆଜି
ବିଶ୍ୱେ ବଖାଣ l
ଜଗତ ଉଦ୍ଧରୁ ପଛ କେ ନର୍କେ
ପଡୁ଼ ଜୀବନ ll
ଆମ ଭାଷା ପୁଣି ଅଟଇ
ମହାଭାରତ ଖ୍ୟାତ l
ଆମ ଭାନୁମତୀ ବରିଲେ ପୁଣି
କୁରୁ ସମ୍ରାଟ ll
ଆମରି ଶାରଳା ରଚିଲେ ଯେଉଁ
ମହାଭାରତ l
ପ୍ରାନ୍ତୀୟ ଭାଷାରେ କିଏକି ତାର
ଅଛି ସମର୍ଥ ll
ଜଗନ୍ନାଥ ଦାସ ଉତ୍କଳବ୍ୟାସ,
ବଳି ବାଲ୍ମୀକୀ l
ଭାଗବତ ରାମାୟଣରେ ଗଲେ
କିରତୀ ରଖି ll
କବି କୁଳ କଞ୍ଜ, ଉପେନ୍ଦ୍ର ଭଞ୍ଜ,
କବି ସମ୍ରାଟ l
ଦେବଭାଷା ସଂସ୍କୃତ ସଙ୍ଗେ
ତାଙ୍କ କୃତି ତୁଳିତ ll
ଦୀନକୃଷ୍ଣ ଗୋପାଳ କୃଷ୍ନ ରଥ
ଶ୍ରୀ ବଳଦେବ l
ପଞ୍ଚସଖା, ଅଭିମନ୍ୟୁଙ୍କ ସରି
କେବା ହୋଇବ ll
ଗୋପବନ୍ଧୁ ବାଞ୍ଛାନିଧି ଓ ପୁଣି
ବୀର କିଶୋର l
ଓଜସ୍ୱିନୀ ଦେଶ ପ୍ରିତିର ଗୀତି
କଲେ ପ୍ରଚାର ll
ରାଧାନାଥ ଆଉ ଫକୀର, କବି,
ମଧୁ ସୂଦନ l
ଏକୁ ଏକ ନାମ କହିଲେ ହେବ
ଏକ ପୁରାଣ ll
ଫକୀର କହନ୍ତି ମୋ ଭାଷା ଅଟଇ
ମତେ ବଡ଼ l
ସମ୍ମାନ ସବୁରି ଭାଷାକୁ କେହି
ନୁହେଁଟି ଜଡ଼ ll
ରଙ୍ଗାଜୀବ ଆମ ଶ୍ରୀ ଗଙ୍ଗାଧର
ଅଛନ୍ତି କହି l
ମାତୃଭୂମି ମାତୃଭାଷାର ପ୍ରିତି ଯା
ହୃଦେ ନାହିଁ ll
ଏ କଥା ନିଶ୍ଚୟ ସିଏ ତ ହୁଏ
ଅଜ୍ଞାନେ ଗଣା l
ଏଣୁ ମାତୃଭାଷା ଉନ୍ନତି କଳ୍ପେ
କର ସାଧନା ll
ଏହି ମାତ୍ର ଆଜ ଦିବସେ ମୋର
ଅନୁ ଚିନ୍ତନ l
ଏହି ମାତ୍ର ଆଜ ଦିବସେ ମୋର
ଅନୁଚିନ୍ତନ ll
             🙏🙏🙏
                 ଅର୍ଜୁନୀ
              ------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational