STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କୃଷ୍ଣ ହେ ପାଦପଦ୍ମ ବଢ଼ାଅ 

କୃଷ୍ଣ ହେ ପାଦପଦ୍ମ ବଢ଼ାଅ 

1 min
2

କୃଷ୍ଣ ହେ ପାଦପଦ୍ମ ବଢ଼ାଅ 

    ============

 କୃଷ୍ଣ ହେ ପାଦପଦ୍ମ ବଢ଼ାଅ 

ତୁମ୍ଭ ଜୟଗୀତି ଗୀତା ପଢ଼ାଅ 

କୃଷ୍ଣହେ ପାଦପଦ୍ମ ....।।

ଆହେ କଳାକୃଷ୍ଣ କମଳ ଆଖି 

ଗୋକୁଳ ରଖିଲ ପର୍ବତ ଟେକି 

ତବ ଭକ୍ତିରସେ ନେଇ ବୁଡ଼ାଅ 

କୃଷ୍ଣହେ ପାଦପଦ୍ମ ....।।

କାଳିନ୍ଦୀହ୍ରଦରେ କମଳ ତୋଳି 

କାଳୀୟ ଦର୍ପକୁ ଦେଲଟି ଦଳି 

ଅଜ୍ଞାନ ଅନ୍ଧକୁ ବାଟ କଢ଼ାଅ 

କୃଷ୍ଣହେ ପାଦପଦ୍ମ ....।।

ଆହେ ଦୁଗ୍ଧଚୋର ଦୁକୁଳଚୋର 

ଚୋରି କର ସବୁ ଦୁଷ୍କୃତ ମୋର 

ସଂସ୍କୃତ ପଥରେ ବାଟ ଫେଡ଼ାଅ 

କୃଷ୍ଣହେ ପାଦପଦ୍ମ ....।।

ବକାରୀ କଂସାରୀ ଶକଟ ଭଞ୍ଜା 

ସଳଖିଲ, କୁଜି କୁବୁଜା ଖଞ୍ଜା 

ତୁମ୍ଭ ପଦରଜେ ମୋତେ ଗଡ଼ାଅ 

କୃଷ୍ଣହେ ପାଦପଦ୍ମ ....।।

ଆହେ ପାର୍ଥସଖା ପାଣ୍ଡବସଖା 

ବିଦୁର ଗୃହରେ ପଖାଳ ଚଖା 

ପଙ୍କଜମୁଖ ମୋ ପଙ୍କ ଛଡ଼ାଅ 

କୃଷ୍ଣହେ ପାଦପଦ୍ମ .... ।।

ବରଜ କୁମୁଦ, ସରୋଜ ହରି 

ମୁକୁନ୍ଦ,ମାଧବ,କୃଷ୍ଣ, ମୁରାରୀ 

ତୁମ୍ଭ ଭକ୍ତିଭାବେ ମୋତେ ଉଡ଼ାଅ 

କୃଷ୍ଣହେ ପାଦପଦ୍ମ ....।।

            🙏🙏🙏

                ଅର୍ଜୁନୀ 

            ----------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୨୯୭୧


Rate this content
Log in

Similar oriya poem from Inspirational