ଜୟ ମା' କୀଚକେଶ୍ୱରୀ
ଜୟ ମା' କୀଚକେଶ୍ୱରୀ
ଜୟ ମା' କୀଚକେଶ୍ୱରୀ
=============
ଜୟ ଜୟ ଜୟ କୀଚକେଶ୍ୱରୀ ମା'
ଜୟ ଲୋ କରୁଣାମୟୀ।
ଲୀଳା ବିସ୍ତାରିଛୁ ଉତ୍କଳ ଭୂମିରେ
ଖିଚିଙ୍ଗ ମଣ୍ଡଳେ ରହି।।
ଦୂର ଦୁରାନ୍ତରୁ ଭକ୍ତ ଛୁଟି ଆସେ
ମାଆଙ୍କୁ ମନାସି ମନେ।
ଭକ୍ତ ମନୋବାଞ୍ଛା ଭକ୍ତ ମନ ଇଚ୍ଛା
ପୁରିଯାଏ ଦରଶନେ।।
କରୁଣା ବାଣ୍ଟୁଛୁ ମାଆ ଲୋ ସଭିଙ୍କୁ
ଜୟ ମା' ମଙ୍ଗଳମୟୀ।
ଉତ୍ତୁଙ୍ଗ ଦେଉଳେ ମାଆଙ୍କର ଧ୍ଵଜା
ଫର ଫର ଉଡୁଥାଇ।।
ଭଞ୍ଜବଂଶ କୂଳଦେଵୀ ମାଆ ତୁହି
ଇତିହାସ ଗାଏ ଗୀତି।
କାଳବଳେ ବହି ଯାଇଛି ସେକାଳ
ରହିଛି ଅକ୍ଷୟ କୀର୍ତ୍ତି।।
କୀଚକର ଇଷ୍ଟଦେବୀ ଥିଲୁ ବୋଲି
ଶୁଣିଛି କର୍ଣ୍ଣେ ମୁଁ ମାତେ।
ସୈରିନ୍ଦ୍ରୀ ଆକର୍ଷି କୀଚକ ମରିଲା
ବୃକୋଦର ମୁଷ୍ଟିଘାତେ।।
କେଉଁକାଳୁ ମାଆ ବିଜେ ତୁ କରିଛୁ
କେ କହିବ ସଂଖ୍ୟା କରି।
ଉମା କାତ୍ୟାୟନୀ ଦୁର୍ଗତି ନାଶିନୀ
ଜୟ ମା' କୀଚକେଶ୍ୱରୀ।।
ଇତିହାସ ମୂକସାକ୍ଷୀ ମାଆ ତୁ ଲୋ
ଦେଖୁଛୁ ନଶ୍ୱର ଲୀଳା।
କହେ କିମ୍ବଦନ୍ତୀ ମାଆଙ୍କର ପାଖେ
ବିରାଟ ନଗର ଥିଲା।।
ଗିରିରାଜ ଜେମା ତୁହି ମାଆ ଉମା
ଶଙ୍କରୀ ତୁ ମହାମାୟୀ।
ଦରଶନେ ତୋ'ର ଦୂରିତ ଦୂଷଣ
ନିମିଷେ ଯାଏ ଉଭେଇ।।
କେଉଁ କାଳୁ ମାଆ ଦର୍ଶନ କରିନି
ମୁଁ ଯେ ଅଜ୍ଞାନ ମୁରୁଖ।
ଦୟା ହେଲେ ମାଆ ଦର୍ଶନ କରିବି
କଲ୍ୟାଣମୟୀ ଶ୍ରୀମୁଖ।।
ଦୂରେ ଥାଇ ମାଆ ପ୍ରଣାମ କରୁଛି
ଦୟା ରଖିଥିବୁ ମୋତେ।
ମାଆ ଜଗଦ୍ଧାତ୍ରୀ ଜଗତ ଜନନୀ
ନାରାୟଣୀ ନମସ୍ତୁତେ।।
🙏🙏🙏
ଅର୍ଜୁନୀ
--------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
