ଜୟ ମାଆ ଶୀତଳା
ଜୟ ମାଆ ଶୀତଳା
ଜୟ ମାଆ ଶୀତଳା
===========
ଜୟ ଜୟ ମାଆ ଗର୍ଦ୍ଦଭ ବାହନୀ।
ହସ୍ତେ ଧରି ଅଛୁ କୁମ୍ଭ ସମାର୍ଜନୀ।।
ବନ୍ଦଇ ବନ୍ଦଇ ବନ୍ଦେ ମା ଶୀତଳା।
ମସ୍ତକେ ଭୂଷଣ ମାତ ସ୍ଵର୍ଣ୍ଣ କୁଲା।।
ଜୟ ଜୟ ଜୟ ଦେବୀ ଦିଗମ୍ବରୀ।
ଜୟ ଜୟ ମାତ ସର୍ଵ ବ୍ୟାଧିହରୀ।।
ହରି ନେଇଥାଉ ସବୁ ରୋଗବ୍ୟାଧି।
ବସନ୍ତ, ହଇଜା, ବିସ୍ଫୋଟକ ଆଦି।।
ମାଆଙ୍କୁ ପୂଜିଲେ ନିଷ୍କାମ ଭକ୍ତିରେ।
ରୋଗ କଷ୍ଟ ସବୁ ରହିଥାଇ ଦୂରେ।।
ଶୁଣିଛି ପୁରାଣେ କରି ତୋର ପୂଜା।
ବ୍ୟାଧିରୁ ବର୍ତ୍ତିଲେ ବହୁରଙ୍କ ରାଜା।।
ରୋଗ ବଇରାଗ ହସ୍ତେ ଝାଡ଼ୁ ଧରି ।
ଝାଡ଼ି ଦେଉ ମାଆ ନିଜ ମାଆପରି।।
ଚୈତ୍ର କୃଷ୍ଣ ପକ୍ଷ, ଅଷ୍ଟମୀ ତିଥିରେ।
ପୂଜା ମାଆଙ୍କର ପ୍ରତି ଘରେ ଘରେ।।
ଶୀତଳା ଅଷ୍ଟମୀ, ଏ ବ୍ରତ ବିଖ୍ୟାତ ।
ଶୀତଳ ମଣୋହୀ କରିଥାଉ ମାତ ।।
ମହିମା ତୋର ମା' ଅସୀମ ଅପାର ।
ଭକ୍ତିଭରେ ମାଆ କରେ ନମସ୍କାର ।।
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
