STORYMIRROR

Arjuni charan Behera

Thriller Others

3  

Arjuni charan Behera

Thriller Others

ବନ୍ଦକର ବନ୍ଦକର  ବନ୍ଦକର ଯୁଦ୍ଧ

ବନ୍ଦକର ବନ୍ଦକର  ବନ୍ଦକର ଯୁଦ୍ଧ

1 min
2

   ବନ୍ଦକର ବନ୍ଦକର 

       ବନ୍ଦକର ଯୁଦ୍ଧ

       =========

ବନ୍ଦ କର ବନ୍ଦକର 

                    ବନ୍ଦକର ଯୁଦ୍ଧ l

ବିଶ୍ୱବାସୀ ହୋଇଲେଣି 

                   ସବୁ ଶ୍ୱାସରୁଦ୍ଧ ll

ହର୍ମୁଜ ପ୍ରଣାଳୀ ହେଲା 

                  ଲହୁରେ ରଂଜିତ l

ଆସୁଥିଲା ବିଶ୍ୱେ ଯହୁଁ 

                ଶତ ତୈଳପୋତ ll

ସ୍ଥାଣୁ ହୋଇଲାଣି ସାରା 

                    ବିଶ୍ୱ ଅର୍ଥନୀତି l

ନିରୀହ ଜନତା କେତେ 

                    ମରୁଛନ୍ତି ନିତି ll

ହାଅନ୍ନେ ମରିବେ କେତେ 

                   ଦିନ ନାହିଁ ଦୂର l

ବନ୍ଧ ହୋଇଯିବ ସବୁ 

               ଜୀବିକା ବ୍ୟାପାର ll

କେଉଁଥି ପାଇଁରେ ଭାଇ 

                 ଅଟେ ଏ ଲଢ଼ାଇ l

ଦେଖାଇବାକୁ କି ଖାଲି 

                   ଦର୍ପିଷ୍ଠ ବଢ଼ାଇ ll

ମାନବ ହୋଇ ଭୁଲିଛ 

                    ମାନବର ଧର୍ମ l

ଦାନବ ପ୍ରାୟେ କରୁଛ 

               ଯେତେ କ୍ରୁର କର୍ମ ll 

ଦୁଇ ବିଶ୍ବଯୁଦ୍ଧୁ ପରା 

                   ପାଇଥିଲ ଶିକ୍ଷା l

ଜାତିସଂଘ ଗଢ଼ି ପୁଣି 

                ନେଇଥିଲ ଦୀକ୍ଷା ll 

ଯୁଦ୍ଧ ଲୋଡ଼ା ନାହିଁ ଆମ୍ଭେ 

                   ଚାହୁଁ ବିଶ୍ବଶାନ୍ତି l

ଶାନ୍ତିରେ ସଂସ୍ଥିତି ବିଶ୍ବ 

                 ଶାନ୍ତିରେ ପ୍ରଗତି ll 

ଋଷିଆ କହୁଛି ପୁଣି 

              ଯୁଦ୍ଧେ ଯୋଗଦେବ l

ଚାହୁଁଛ କି ପୁଣି ଥରେ 

                  ବିଶ୍ବଯୁଦ୍ଧ ହେବ ll

ବିଶ୍ଵ ଜନଗଣ ସର୍ବେ 

                   ଏକସ୍ଵରେ କୁହ l 

ପଶ୍ଚିମ ଏସିଆ ହେଉ 

                   ଶାନ୍ତିର ବଳୟ ll 

ଅବିଳମ୍ବେ ହେଉ ତହିଁ 

                     ଯୁଦ୍ଧର ବିରତି l 

ଚାହୁଁରେ ଚାହୁଁରେ ଆମେ 

                   ଚାହୁଁ ବିଶ୍ଵଶାନ୍ତି ll 

ଯୋଡ଼ହସ୍ତେ ନିବେଦନ 

               ଆହେ ସଭ୍ୟ ଦେଶ l

       ଯୁଦ୍ଧ ବନ୍ଦକର ଆମ୍ଭ 

          ଏହାହିଁ ସନ୍ଦେଶ 

        ଏହା ହିଁ ସନ୍ଦେଶ ll 

            🙏🙏🙏

                ଅର୍ଜୁନୀ

         -------------

ଅର୍ଜୁନୀ ଚରଣ ବେହେରା 

ମୋ - 7693091971


Rate this content
Log in

Similar oriya poem from Thriller