STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ବିଶ୍ଵ ଜନନୀ ଲୋ

ବିଶ୍ଵ ଜନନୀ ଲୋ

1 min
380


ବିଶ୍ଵ ଜନନୀ ଲୋ ନିସ୍ଵ ନକର ଭବାନୀ 

ତୋ ଗର୍ଭରୁ ଜନ୍ମୀ ନିସ୍ଵ ହୋଇ ଯେବେ

ଧରିବି ମୁଁ ଭିକ୍ଷା ମୁଣି

ଜଗତ ହସିବ ଦେଖି ସିନା

କେହି ନକହିବେ ମିଠା ବାଣୀ, ବିଶ୍ଵ ଜନନୀ ଲୋ...।।


ଶରତ ସକାଳ ସଜଳ ଉଜ୍ଜ୍ୱଳ

ମନେଭରିଦେ ମା ଆନନ୍ଦ ଅପାର

ତୋ ପଦ ବନ୍ଦନା ସେବା ଆରାଧନା

କରି ମୋକ୍ଷ ପ୍ରାପ୍ତ ହେଉ ପ୍ରାଣୀ

ପବିତ୍ର ହେଉ ଧରଣୀ

ଆସ, ଆସ ଜଗତ ଜନନୀ, ବିଶ୍ଵ ଜନନୀ ଲୋ...।।


ରକ୍ତ ପକ୍ଷ ଲଗ୍ନ ପବିତ୍ର ପାର୍ବଣ

ସବୁଠାରେ ତୋର ସ୍ଵାଗତ ତୋରଣ

ଓଁକାର ମନ୍ତ୍ରରେ ହୁଏ ଗୁଞ୍ଜରଣ

ହୁଏ ଉତ୍ଫୁଲ୍ଲ ପ୍ରକୃତି ରାଣୀ

ସଜାଇଛି ସମାର୍ଜନୀ

ଆସ, ଆସ କୈଳାସ ବାସିନୀ, ବିଶ୍ଵ ଜନନୀ ଲୋ... ।।


ଅନେକ ମହିଷା ମର୍ତ୍ତ୍ୟ ମଣ୍ଡଳରେ

କରୁଛନ୍ତି ଅତ୍ୟାଚାର ନିର୍ଦ୍ୟୋନ୍ଦରେ

ମହିଷାମର୍ଦ୍ଦିନୀ ତୋର କରବାଳେ

ସଂହାର କର ମା’, କାତ୍ୟାୟନୀ 

ଆଗୋ ମହିଷା ମର୍ଦ୍ଦିନୀ

ଆସ, ଆସ କୈଳାସ ବାସିନୀ, ବିଶ୍ଵ ଜନନୀ ଲୋ...।।


କର ବୀର୍ଯ ବନ୍ତ ରସା ରସଶିକ୍ତ

ସୁଜଳା ସୁଫଳା ସୁନାବ୍ୟା ସରିତ

ଜହ୍ନରୁ ଶୀତଳ ନୀହାର ଅମୃତ

ଯେହ୍ନେ ସତେ ପ୍ରେମ ମନ୍ଦାକିନୀ 

ଝର ପତିତପାବିନୀ

ଆସ ଆସ କୈଳାସ ବାସିନୀ, ବିଶ୍ଵ ଜନନୀ ଲୋ...।।


ସରେ ଫୁଟିଲାଣି ରଙ୍ଗ କୁମୁଦିନୀ

ତଣ୍ତି ଫୁଲ ଝରା ଚାମରେ ଅବନୀ

କରେ ନିରାଜନା ରୂପାର ରୋଷଣୀ

ସବୁଜିମା ପତନୀ ଓଢଣୀ

ନାନା ବିଧ ପୁଷ୍ପ ଶ୍ରେଣୀ 

ଆସ ଆସ କୈଳାସ ବାସିନୀ, ବିଶ୍ଵ ଜନନୀ ଲୋ...।।


ନିର୍ମଳ ଆକାଶ ଜ୍ୟୋତ୍ସ୍ନା ବିଜଡ଼ିତ

ଚନ୍ଦ୍ର ମଣ୍ଡଳରେ କରଇ ମୋହିତ

ପ୍ତତ୍ୟୁଷେ ମାର୍ତଣ୍ଡ କର ଶୀତଳିତ

ଆଲୋକେ ଆଲୋକିତ କଲେଣି 

ତୋର ଆଗମନ ପାଇଁ

ଆସ,ଆସ କୈଳାସ ବାସିନୀ, ବିଶ୍ଵ ଜନନୀ ଲୋ....।।


ନିସ୍ଵ ଜନ ହୀତେ ତୋର ଆଗମନ

ସକଳ ବିଶ୍ଵ ତ ହୋଇଛି ମଗନ

ସୁଖ ଶାନ୍ତି ମୈତ୍ରୀ ପ୍ରେମେ ମୁହ୍ୟମାନ

କରି ଆସ ଦେବୀ କାତ୍ୟାୟନୀ

ଏତିକି ଘେନ ମାଗୁଣି

ଆସ, ଆସ କୈଳାସ ବାସିନୀ, ବିଶ୍ଵ ଜନନୀ ଲୋ...।।


Rate this content
Log in

Similar oriya poem from Thriller