STORYMIRROR

Tapan Kumar Biswal

Drama Inspirational Thriller

3  

Tapan Kumar Biswal

Drama Inspirational Thriller

କେବେ ଫେରିବ ମୁଁ ରହିଛି ଚାହିଁ

କେବେ ଫେରିବ ମୁଁ ରହିଛି ଚାହିଁ

1 min
11.8K


ବନସ୍ତରେ ଆଉ ଡାକୁନି ଗଜ

ବଦଳି ଗଲାଣି ପୁରୁଣା ସଜ

ଫିକା ପଡ଼ିଲାଣି ପୁରୁଣା ରଜ 

ବିଉଟି ପାର୍ଲରରେ ହୁଅନ୍ତି ସଜ ll


ଗଛରେ ଦୋଳି ଯେ ବନ୍ଧା ହେଉନି

ମିଠା ପାନ ଆଉ ଜମା ବାସୁନି

ରଜ ଦୋଳି ଗୀତ ଆଉ ଶୁଭୁନି

ଓଡ଼ିଆଣି ବେଶ ଆଉ ଦିସୁନି ll


ପ୍ରାଚୀନ ସଂସ୍କୃତି ଭୁଲି ଯାଇଛି

ପରମ୍ପରା କଥା କିଏ ଭାବୁଛି

ରଜ ଦୋଳି ପଟା ଆଜି କାନ୍ଦୁଛି

ସତେ କିବା କିଏ ଠକି ଦେଇଛି ll


ମନେପଡେ ଆଜି ପୁରୁଣା ଦିନ

ଦୋଳି ଖେଳ ପାଖେ ଥାଏ ଯେ ମନ

ଦୋଳି ଖେଳ ପାଇଁ ମନ ଉଛନ

ଆଜି କିନ୍ତୁ ସବୁ ସାତ ସପନ ll


ରଜ ଦୋଳି ପାଖେ କେତେ ଯେ ଲୋକ

ପିନ୍ଧିଥାନ୍ତି ନୂଆ ନୂଆ ପୋଷାକ

ପିଠା ପଣା ର ଯେ କତେ ମହକ

ଚଳ ଚଞ୍ଚଳ ଯେ ରାଇଜ ଯାକ ll


ଏବେ ଲୋକଙ୍କର ଆଗ୍ରହ ନାହିଁ

ଦୋଳ ଖେଳିବାକୁ ସମୟ ନାହିଁ

ସ୍ନେହ ଶ୍ରଦ୍ଧା ଭଲପାଇବା ନାହିଁ

କେବେ ଫେରିବ ମୁଁ ରହିଛି ଚାହିଁ ll


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama