STORYMIRROR

Surjyakanta Dash

Tragedy Thriller Others

3  

Surjyakanta Dash

Tragedy Thriller Others

ହୀରାକୁଦ ଡ୍ୟାମରେ ବୁଡି ସଲିଳ ସମାଧି

ହୀରାକୁଦ ଡ୍ୟାମରେ ବୁଡି ସଲିଳ ସମାଧି

1 min
352


ଆର୍ତ୍ତ ଚିତ୍କାର ସୁଭୁଛି ଆଜି ମୋତେ

ଛାତି ଚିରି ପବନର

କାହାପାଇଁ ଏଠି ଦୁଃଖର ପସରା

ମେଲିଛି ହୀରାକୁଦ ଜଳଭଣ୍ଡାର ।1।


ପାଣିର ଫୁଆରା ଦେଖି ହୀରାକୁଦରେ

କାହାର ନା କାହାର ହୋସ ଯିବ ଉଡି,

ସେହି ପାଣିରେ ଆହା ଘଟିଛି ଦୁର୍ଘଟଣା

କେତେ କେତେ ଜୀବନ ଗଲେ ବୁଡି ।2।

ଗର୍ତ୍ତ ମଧ୍ୟରେ ଲିନ କରିଛି

କେତେ କେତେ ଜୀବନର

ବୁଡିଗଲା ଡଙ୍ଗା ଭାଙ୍ଗି ନେଇଥିଲା

କେତେ କେତେ ଘର ସଂସାର ।3।


ଉଜୁଡ଼ା ମନକୁ ନେଇ ଫେରୁଅଛି

ମାଆ ତାର ପିଲାପାଇଁ

କାହିଁ ଗଲେ ତାର ଜୀବନ ସଙ୍ଖାଳି

ଫେରିବ ଘର କାହାକୁ ନେଇ ।4।


ସ୍ତବ୍ଧ ହୋଇଛି ମୁଗ୍ଧ ପରିବେଶ

ଚାରିଆଡେ ହା ହା କାର

ଅଶ୍ରୁ ସ୍ଫୁରିତ ଆଖିରେ ଭାଷା ଫୁଟୁନାହିଁ

କାହିଁକି ପ୍ରଭୁ ଏମିତି କର ବାରମ୍ବାର ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy