ନିରବ ଝଡର କ୍ଷତି
ନିରବ ଝଡର କ୍ଷତି

1 min

240
ଝଡଟା ଆମର ଜୀବନରେ ଆସି,
ଭାଙ୍ଗି ଦେଇଯାଏ ଆଶା ।
ସଂପର୍କ ଭିତରେ ସୃଷ୍ଟି ହୁଏ ଫାଟ,
ହରାଉ ଆମେ ଭରସା ।।
ଝଡ ବେଳେବେଳେ ସୂଚନା ଦିଅଇ,
ଆଗମନ ହେଲେ ତା'ର ।
ବେଳେବେଳେ ପୁଣି ବିନା ସୂଚନାରେ,
ଭାଙ୍ଗିଦିଏ ଘର ଦ୍ବାର ।।
ନିରବ ଝଡର ଆଗମନ ଆମେ,
ଜାଣି ନପାରିବା କେହି ।
ତେଣୁ ଏ ଝଡଟି ଚୁପିଚୁପି ଆସି,
ବହୁତ କ୍ଷତି କରଇ ।।
ନିରବ ଝଡ ହିଁ ନିରବେ ନିରବେ,
ଭାଙ୍ଗଇ ସଂପର୍କ ଆସି ।
ନିଜ ଲୋକ ସବୁ ହୋଇଯାନ୍ତି ପର,
ଲିଭିଯାଏ ହସଖୁସି ।।
ସତର୍କ ହୋଇବା ଏହି ଝଡ ପ୍ରତି,
ମନରେ ନରଖି ଭିତି ।
ଆଗରୁ ଜଗିଲେ କମିଯିବ ନିଶ୍ଚେ,
ନିରବ ଝଡର କ୍ଷତି ।।