STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଛଳନା

ଛଳନା

1 min
168

ଭଲ ଲାଗୁନାହିଁ ମୋ କଥା ତୁମକୁ

ହୃଦୟକୁ ଲାଗେ ବ୍ୟଥା

ସମୟ ଗଡିବ ଦିନ ବି ଵିତିଵ

ତୁମେ ରହିଥିବ ଏକା।


ମନେ ପକାଇବ ସେ ଅଭୁଲା ସ୍ମୃତି

ଭାଵୁଥିଵ ବସି ଏକା

ଅନ୍ତର ଖୋଜିଵ ମୋ ଅନୁପସ୍ଥିତି

ରହିଛି ମୁଁ ନିରବତା।


ହୃଦୟରେ ଯଦି ନାହିଁ କିଛି ଭାବ

କଥା ଦେଉଥିଲ କାହିଁ

ମୋ ପାଇଁ ଥିଲା ତୁମ ମନେ ଛଳନା

କହିଲନି କାହିଁ ପାଇଁ।


କଥା ଦେଇଥିଲ କରିବ ନିଜର

ଅଧାଵାଟେ ଛାଡିଦେଲ

ବିଶ୍ୱାସରେ ମୋର ବିଷ ଭରିଦେଇ

କରିଦେଲ ସାତପର।


ମିଛ ସ୍ନେହ ପ୍ରେମ ମିଛ ଆଶ୍ୱାସନା

ହୃଦୟ ତରଳି ଗଲା

କେମିତି କେଜାଣି ଜାଣି ପାରିଲିନି

ମନ ମୋର ଚୋରି ହେଲା।


ସରଳ ହୃଦୟ ଜୀବନ ମୋହର

ଛଳନା କରିଲ କାହିଁ

ବାମନ ହୋଇ ମୁଁ ହାତ ବଢ଼ାଉଛି

ସ୍ୱର୍ଗକୁ ପାଇବା ପାଇଁ।


ଏବେ ମୁଁ ଭାବୁଛି ଭୁଲ୍ ମୁଁ କରିଛି

ଅନ୍ଧୁଣୀ ହୋଇଛି ମୁହିଁ

ଆଖି ଥାଇ ମୋର ହୋଇଛି ଯେ ଅନ୍ଧ

ଭାବୁଛି ସ୍ମୃତିକୁ ନେଇ।


ଦିନ ଆସିବ ଭୁଲ୍ ତୁମ ବୁଝିବ

ସମୟ ଫେରିବ ନାହିଁ

ସମୟ ସ୍ରୋତରେ ମୁଁ ନଥିଵି ଆଉ

ରହିଥିବ ମୋତେ ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy