STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ପାଷାଣୀ କନ୍ୟା

ପାଷାଣୀ କନ୍ୟା

1 min
168

କଷଟି ପଥରେ କଷିଲେ ସୁନାରୀ

ଚିହ୍ନେ ମୂଲ୍ୟ ସୁନାର

ଶିକାରୀ ନ ଜାଣି ସୁନା ଛାଡ଼ିକରେ

ଗୁଣରେ ବେଶୀ ଆଦର

ପାହାଚ ପଥର ପହିଲି ପରଶ

ନବ ବଧୂ ଯେବେ ପାଏ

 ଅନେକ ରଙ୍ଗୀନ ସପନ ସାଉଁଟି

ତୁଠ ପଥରରେ

ପାଦ ଘଷିମାଜି

ଝଲମଲ କରିଦିଏ

ମନଟା ପଥର ପାଲଟେ

ଯେବେତ ଦୁଃଖ

 ସୀମା ଲଙ୍ଘିଂଯାଏ

ସଂସାର ପଥରେ 

ଜୀବନ ଗାଡ଼ିଟା

ଧାଏଁ ଶେଷସୀମା ଯାଏ

ପାଷାଣ ମୂରତି ହୁଏ

ତା ପାନ୍ଥଶାଳା କାନ୍ଥେ ଲେଖା


ଅଲିଭା କାହାଣୀ

ଅଧୁରା ପାଷାଣ ଦେହେ

ଅଜାଗା ଘା ସେ

ଦେଖି ହୁଏନି କି

ଦେଖାଇ ହୁଏନି

ତା ଜୀବନର ଗାଥା

ଆଶାବରୀ ରାଗ

ଚିର ବେସୁରା ହୁଏ

ଯନ୍ତ୍ରଣା ର ଢେଉ

ବାର ବାର ଆସି କୂଳେ ମଥା ପିଟୁଥାଏ

ଅବୁଝା ସାଗର

ବୁଝେକି ସେ କଥା ହାଏ

ଧରଣୀ ମାଆ ସମ

ସର୍ବଂସହା ଵନିଯାଏ

ଝଡ଼ ବତାସରେ

ଦୋହଲି ଗଲେ ବି

ଜୀବନ ଡ଼ଙ୍ଗାର

ମଙ୍ଗକୁ ସଳଖି ଦିଏ 

ମନରେ ବିଶ୍ୱାସ ଥାଏ

ପରଷୁ ପଥରେ ଶର ମୂନେ ଦୁର୍ଗା

ପର୍ଶୁରାମ ଆଙ୍କିଦିଏ

ନାଶିବାକୁ କ୍ଷତ୍ରୀ ପାଷାଣ ଦେହରେ

ଦେବୀ ରୂପଟିଏ ନିଏ

ମନୋକାମନା ସେ ପୂରଣ କରଇ

ମାନସିକ କରେ ଯିଏ

ଜଗତ ଜନନୀ ଜଗତ କଲ୍ୟାଣୀ

ପୂଣ୍ୟମୟୀ ମାଆ ସିଏ

ମଙ୍ଗଳକାରିଣୀ କରୁଣାମୟୀ ସେ

 ଯେବେ ଶୁଭାଶୀଷ ଢାଳିଦିଏ

ପାଷାଣୀ କନ୍ୟାଟି

ପାପ ଜଗତରୁ 

ଦିନେ ପାରିହୋଇଯାଏ 

କର୍ତ୍ତବ୍ୟ କରମ କରିକରି

ଚିରାନିଦ୍ରା ପାଇଯାଏ

ତା ଲେଖା କାହାଣୀ

ପାଷାଣ କାନ୍ଥରେ

ଅଲିଭା ଅକ୍ଷରେ ରହେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy