STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ମୃତ୍ୟୁ ବି ଛାଡିବ ରାସ୍ତା

ମୃତ୍ୟୁ ବି ଛାଡିବ ରାସ୍ତା

1 min
178


ପ୍ରସାରୁଛି କାୟା ରୋଗ ମହାମାରୀ

ବିକଟାଳ ଛଦ୍ମବେଶେ

ବୃତ୍ତି ଆଜୀବିକା ବ୍ୟକ୍ତି ସ୍ୱାଚ୍ଛନ୍ଦ୍ୟକୁ

ରାହୁକେତୁ ପରି ଗ୍ରାସେ ।


ମୃତ୍ୟୁର ଦାନବ ରଚୁଛି ତାଣ୍ଡବ

ଜିହ୍ଵା ତାର ଲେଲିହାନ

ଚାଲୁଛି ଚାଲିବ ଯୁଦ୍ଧ ଅବିରତ

ଜୀବନ ମହାସ°ଗ୍ରାମ ।


ରହିବା ସର୍ବଦା ସତର୍କ ସଜଗ

ହୋଇବାନି ଭୟଭୀତ

ପ୍ରତିକାର ପାଇଁ ମାନିବା ନୀୟମ

ରଖିବା ନିଜକୁ ସ୍ୱଚ୍ଛ ।


ସୁରକ୍ଷା ନିମିତ୍ତ ଘୋଡେଇ ରଖିବା

ନିଜ ନିଜ ନାକ ପାଟି

ଗହଳି ନକରି ବଜାୟ ରଖିବା

ନିରାପଦ ଦୂରତାଟି ।


ନିଜ ପରିବେଶ ଖାଦ୍ୟ ଓ ପାନୀୟେ

ସ୍ୱଚ୍ଛତା ସାବଧାନତା

ଉତ୍ତମ ଅଭ୍ୟାସ କରେ ସୁନିଶ୍ଚିତ

ରୋଗରୁ ଦିଏ ସୁରକ୍ଷା ।


ସର୍ବସାଧାରଣ ଆମ କର୍ମସ୍ଥାନ

ବିଦ୍ୟାଳୟ ଦେବାଳୟେ

ନିର୍ଦ୍ଦେଶାବଳୀକୁ ପାଳିବା ଉଚିତ

କଡାକଡି ଆମେ ସର୍ବେ ।


ସମ୍ମିଳିତ ଆମ ଆଶା ଜୀଗିବିଷା

ନିରନ୍ତର ସୁପ୍ରଚେଷ୍ଟା

ଜିଣିବ ଶେଷରେ ଅବଶ୍ୟ ଜୀବନ

ମୃତ୍ୟୁ ବି ଛାଡିବ ରାସ୍ତା ।



Rate this content
Log in

Similar oriya poem from Tragedy