STORYMIRROR

Aishwarya Mishra

Inspirational Thriller

3  

Aishwarya Mishra

Inspirational Thriller

ମୃତ୍ୟୁର ଡ଼ାକ

ମୃତ୍ୟୁର ଡ଼ାକ

1 min
34

କେବେ ଶୁଣିଛନ୍ତି କି କାନ ଡ଼େରୀ

ନିଜ ମୃତ୍ୟୁର ଡାକକୁ

ଜୀବନର ଚରମ ସତ୍ୟକୁ କେବେ

ହୃଦୟର ସହ ଆପଣାର 

କରିବାକୁ କରିଛନ୍ତି କି ଚେଷ୍ଟା


ପ୍ରତି ମୁହୁର୍ତ୍ତରେ ନିକଟରୁ ନିକଟତର

ହେଉଥିବା ମୃତ୍ୟୁକୁ

ସ୍ନେହରେ କେବେ ଆଲିଙ୍ଗନ କରିବାର 

ନିର୍ଭୀକତା ଉଦ୍ରେକ ହୋଇଛି କି ମନରେ


ସତ କହିବାକୁ ଗଲେ

ଜୀବନର ଏକ ଅପରିବର୍ତ୍ତନୀୟ ସତ୍ୟ

ହେଉଛି ମୃତ୍ୟୁ 

କେବଳ ମୃତ୍ୟୁ 

କ'ଣ ଜୀବନର ଏ ମିଛ ବନ୍ଧନ

ବେଶୀ ଦିନ ପର୍ଯ୍ୟନ୍ତ ଦୂରେଇ ରଖିପାରିବ 

ମୃତ୍ୟୁର ଶୀତଳ ସ୍ପର୍ଶକୁ


ଜୀବନର ଦୂର ଦିଗ୍ ବଳୟ ଧାରେ

ଭାରାକ୍ରାନ୍ତ ଏକ ଅପରାହ୍ନ ପରେ

ପ୍ରେୟସୀ ଭାବେ ଶୃଙ୍ଗାର ରଚି

ଅତି ନିକଟରେ ମୃତ୍ୟୁ ଡାକେ ଆସି


ସବୁ ମିଛ ପ୍ରତିଶ୍ରୁତି ଓ ପ୍ରତାରଣାର 

ଅନ୍ତ ଘଟାଇ

ପ୍ରେମିକାପଣରେ ନିଜକୁ ସଜାଇ

କୋଳେଇ ନେବାକୁ ସଭିଁଙ୍କୁ

ନିଜର ଭାବେ

ଆସିଛି ମୃତ୍ୟୁ ଜୀବନେ ଅତି ନୀରବେ


ମୃତ୍ୟୁର ଡ଼ାକକୁ ଆଉ କେତେ ବା

ପ୍ରତ୍ୟାଖାନ କରିଚାଲିଥିବ 

ଦିନେ ନା ଦିନେ ତ ଧରିବାକୁ ପଡ଼ିବ ହିଁ

ମୃତ୍ୟୁର ଅନାବିଳ ସ୍ନେହର ପଣତ 


ଥରେ ହୃଦୟର ସହ ଭଲପାଇବାକୁ

ଚେଷ୍ଟା ତ କର ମୃତ୍ୟୁକୁ

ଥରେ ମାତ୍ର ଦମ୍ଭର ସହ ସାମ୍ନା କର

ମୃତ୍ୟୁର ଡ଼ାକକୁ


ଜୀବନରେ ଚିର ଶାନ୍ତି ଭରି

ମୃତ୍ୟୁ ଶୁଆଇଦେବ ଆନନ୍ଦ ନିଦ୍ରାରେ

ସବୁ ଦୁଃଖ ଯାତନାକୁ ନିଜର କରି

ମୃତ୍ୟୁ କୋଳେଇ ନେବ ପ୍ରଶାନ୍ତ ଚିତ୍ତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational