ସେଇ ପାହାଡ଼ର କୋଳେ
ସେଇ ପାହାଡ଼ର କୋଳେ


ନିର୍ବିଘ୍ନରେ ଘୁମୁରି ଯାଇଛି କେତେ ଶବ୍ଦ
ପ୍ରତିଟି ଧ୍ବନିକୁ ପ୍ରତିଧ୍ୱନି କରି ଶୁଣାଇଛି ସେଇଠି
ହେଲେ ସାଇତିନି କେବେ କାହା ଭଲମନ୍ଦ କଥା
ସବୁକିଛି ଫେରେଇ ଦିଏ ବିନା ଦ୍ୱିଧାରେ
ଥରେ କହିଦେଖ ସେଇ ପାହାଡ଼ର କୋଳେ ।
ପାହାଡ଼ ଉପରୁ ଅସ୍ତଗାମୀ ଦିନମଣି
ଶୁଣିଛି କୋଳେ କୋଳାହଳର ଗୁଞ୍ଜରଣ
ପୁଣି ମଣିଷ ପଶୁପକ୍ଷୀର ଡକାଡାକିର ଶବଦ
ଜୀବନର ଦୁଃଖ ପାଳଭୂତ ହୋଇଛି ସେଠି
ତଥାପି ମେଘଗର୍ଜନ ବର୍ଷାରେ ନଦୀଟେ ହୋଇ
ଦୌଡ଼ିଛି ସେଇ ପାହାଡ଼ର କୋଳେ କୋଳେ ।