ସେବା
ସେବା
ମଣିଷ ଜନମ ଶ୍ରେଷ୍ଠ ଜୀବନ
ତା'ର କରିଲେ ସଦୁପଯୋଗ ,
ମୃତ୍ୟୁ ପରେ ଜୀବ ସବୁରି ହୃଦୟେ
ଛାଡି ଯାଏ ଅନୁରାଗ ।୧
ମାନବ ସେବା ହିଁ ମାଧବଙ୍କ ସେବା
ମନରେ ରଖିଲେ ସଦା ,
ଅଲୋଡା ଜୀବନେ ନୂଆ ଆଶାର ସଞ୍ଚାର
ଖୁସି ତାଙ୍କୁ ଭରିଦେବା ।୨
ଗୃହରୁ ଆରମ୍ଭ ପ୍ରଥମ ସେବାଟି
ପିତା ମାତାଙ୍କୁ ସମ୍ମାନ ,
ତାଙ୍କ ପଦ ସେବି ଦିନ ଆରମ୍ଭିଲେ
ସୁଖରେ କଟିବ ଦିନ ।୩
ଅସହାୟ ଅବା ଦୀନଦୁଃଖୀ ଦେଖି
କରନାହିଁ ଅଣଦେଖା ,
ଆହାର ମୁଠି
ଏ ତାଙ୍କ ତୁଣ୍ଡେ ଦେଲେ
ବିପଦରେ ହେବ ସଖା ।୪
ମହତ ଅଟଇ ସେବା କାର୍ଯ୍ୟ ନିତି
କରଇ ହରଷ ମନେ ,
ପୂର୍ଣ୍ଣାଙ୍ଗ ହୁଅଇ ଜୀବନ ତାଙ୍କର
ସମ୍ମାନ ଦିଅନ୍ତି ଜନେ ।୫
ବୃକ୍ଷ ରୋପଣ ଠୁ ପଶୁପକ୍ଷୀ ପ୍ରାଣୀ
ସମ୍ପଦର ସଂରକ୍ଷଣ ,
ଅଜଣା ବୁଭୂକ୍ଷୂ ପାଇଁ ଟିକେ ସ୍ନେହ
ମନରେ ଭରେ ପ୍ରସନ୍ନ ।୬
ସେବା ମନୋଭାବ ରହିଲେ ହୃଦୟେ
ସାର୍ଥକ ହେବ ଜୀବନ ,
ବିଭୁକୃପା ପ୍ରାପ୍ତି ହୁଏ ପରିବାରେ
ଆତ୍ମା ହୁଏ ପରିପୂର୍ଣ୍ଣ ।୭।