Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟ ମା' ଖୁଦୁରୁକୁଣୀ

ଜୟ ମା' ଖୁଦୁରୁକୁଣୀ

1 min
168



ଜୟ ଜୟ ମାଆ ମଙ୍ଗଳା ଜଗତଜନନୀ

ଖୁଦଭୋଗ ପୂଜିତା ତୁ ମା' ଖୁଦୁରୁକୁଣୀ l


ଜୟ ଶାକାମ୍ବରୀ ମାତେ ଦୁରିତ ନାଶିନୀ

ଦୁଃଖହାରୀ ଜଗଦମ୍ବେ ପର୍ବତ ନନ୍ଦିନୀ l


ସଂସାରେ ବରଷି ମାତ କରୁଣାର ବାରି

ସୁଖେ ବାହିନେଉଅଛୁ ଏ ସଂସାରତରୀ l


ସଙ୍କଟ ତାରିଣୀ ମାଆ ଅତି ଦୟାଶୀଳା

କଣ୍ଠରେ ଲମ୍ବାଇ ଅଛୁ ମନ୍ଦାରର ମାଳା l


ରତ୍ନ ଅଳଙ୍କାରେ ଭୁଷା ସିନ୍ଥିରେ ସିନ୍ଦୁର

ହଳଦୀଆ ମୁଖ ତୋର ଅତୀବ ସୁନ୍ଦର l


ପାଞ୍ଚପାଳି ପୂଜା ତୋର ଭାଦ୍ରପଦ ମାସେ

ପୁଜିଥାନ୍ତି ଭଗ୍ନୀ ଭ୍ରାତାଙ୍କ ଶୁଭ ମନାସେ l


ପୂଜାକରି ତଅପୋଇ ମାତ ଅବହେଳେ

ଅତି କଷଣୁ ତରିଲା ତୋର କୃପାବଳେ l


ସେହି ସ୍ମୃତିରେ ପୂଜନ ଭାଦ୍ରବେ ମଙ୍ଗଳେ

ଖୁଦୁରୁକୁଣୀ ଓଷା ସେ ବିଖ୍ୟାତ ଉତ୍କଳେ l


ନାନା ପୁଷ୍ପେ ବେଶ କରି ମିଳି ସର୍ବ ବାଳି

ଶାର୍ଦ୍ଦୁଳ ବାହିନୀ ପୂଜା ଦେଇ ହୁଳ ହୁଳି l


ଖୁଦରଙ୍କୁଣୀ ମାଆଲୋ ମା' ଖୁଦୁରୁକୁଣୀ

ଶରଣ ରଖ ଚରଣେ ନମଃ ନାରାୟଣୀ l



Rate this content
Log in

Similar oriya poem from Inspirational