STORYMIRROR

Debjani Sathua

Inspirational

3  

Debjani Sathua

Inspirational

ସ୍ୱପ୍ନର ମର୍ମ

ସ୍ୱପ୍ନର ମର୍ମ

1 min
318

ଦିଗନ୍ତ ବିସ୍ତୃତ ଏଇ ଅନନ୍ୟ ଅନୁଭୂତି ସଭିଙ୍କ  

କରେ ଆଚମ୍ବିତ ଏହି ସୃଷ୍ଟି ନିଦ୍ରା ଦେବୀଙ୍କ। 


ଭରି ଖଟା ମିଠା ଅନୁଭବେ ସବୁରି ମନ  

କରେନା ପାତର ଅନ୍ତର ସଦ୍-ଜନ ଦୁର୍ଜନ। 


ମନ ଭାବନାର ଏ କାଳେ ଫେଣ୍ଟାଫେଣ୍ଟି ଚିତ୍ର  

ନିଦ୍ରାରେ ଚେତନା କରାଏ ସତେ କି ବିଚିତ୍ର !


ଜନ୍ମାନ୍ଧ ପାରେନା ଦେଖି ସ୍ୱପ୍ନ ଏହା କି ସତ ? 

ଶ୍ରବଣ ଶକ୍ତି ତା' ଅନୁଭବେ ନିଶ୍ଚେତନାର ଗର୍ତ୍ତ । 


ଦିଏ ନିରାଶାର ଅନ୍ଧକାର ତଥାପି ଦିବାସ୍ୱପ୍ନ  

ସମାଜ କରେ ଆଲୋକିତ ଉଚ୍ଚାଭିଳାଷି ସ୍ୱପ୍ନ। 


ଅବଚେତନାରେ ଗଢିପାରେ କୁହୁଡ଼ିର ନିଡ  

ଭାଙ୍ଗି ଦିଏ ପୁଣି ବାସ୍ତବିକ ମଜବୁତ୍ ପିରାମିଡ।


ଅଜ୍ଞାନ ଶୈଶବ ଦେଖେ ଦୁନିଆଁ ମିଠେଇ ବେଲୁନର  

ବାଳକ ମନଭ୍ରମେ ମିନା ବଜାର ଅମାପ ଖେଳନାର।


କାକୁ ଦିଶେ ବ୍ୟାଖ୍ୟାନ୍ତର ଭୂଗୋଳ ଗଣିତ ଓ ବିଜ୍ଞାନ  

କାର ପୁଣି ଚିକ୍-ମିକ୍ ପୋଷାକରେ ଲାଖି ଯାଏ ମନ ।


ଅଗଣିତ ସ୍ୱପ୍ନ ଧୂମେ ଧନ୍ଦିହୁଏ ନବୀନ କୈଶୋର  

ପ୍ରୀତି ଜାଲେ ଛନ୍ଦି ହୋଇ କେହି ହୁଏ ବିଭୋର ।


ଚିନ୍ତା ବସେ ଚେତନାରେ ଯେବେ ବୁଝେ ଜୀବନ ମର୍ମ 

ସଂଘର୍ଷରତ ଖୋଜେ ସ୍ୱପ୍ନରାଜ୍ୟେ ନିଜ ଭବିଷ୍ୟ କର୍ମ ।


ସଫଳତାର ସ୍ୱାଦ ବଢାଇଦିଏ ଆକାଂକ୍ଷାର ମାତ୍ରା  

ଅଗ୍ରଣୀ ନିଶାରେ ବଢିଚାଲେ କଠିନ ଜୀବନ ଯାତ୍ରା ।


ଯଦି ନାହିଁ ସ୍ୱପ୍ନ ତ ନାହିଁ ଅଗ୍ରଗତି ଦେଶ ଓ ଜାତିର  

ମାଟିର ବରପୁତ୍ରଙ୍କ ଖୋରାକ ଏ ହେବାକୁ ଆଗୁସାର।  


ସ୍ୱପ୍ନାଦେଶେ କରନ୍ତି ସାଆନ୍ତେ ତାଙ୍କ ଇଚ୍ଛାକୁ ସାକାର  

ଠାବନ୍ତି ପଣ୍ଡାଏ ଦାରୁ ବାରବର୍ଷକେ ନବକଳେବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational