Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Inspirational

3  

Kshitish Jena

Inspirational

ଶ୍ରାବଣ ଭାର

ଶ୍ରାବଣ ଭାର

1 min
198


କାଉଡ଼ି ଭାଇ ଥାଆନ୍ତି ଚାହିଁ

ଆସିବ ଶ୍ରାବଣ କେବେ

ମାନସିକରେ ଶିବଙ୍କ ପାଶେ

ପାଣି ଭାର ନେଇ ଯିବେ ।


ଆଷାଢ଼ ପରେ ଶ୍ରାବଣ ଆସେ

ଏକ ପରେ ଆନ ପରି

କାଉଡ଼ି ଭାଇ ଯାଆନ୍ତି ପରା

ଶ୍ରାବଣ ଭାରକୁ ଧରି ।


ବତାସ ଆସୁ ମେଘ ବରଷୁ

ପଡ଼ୁ ବା ଟାଣ ଖରା

ଠିଆ ନହୋଇ ଚାଲନ୍ତି ଗାଇ

ଶିବ ଜଣାଣ ପରା ।


ଢଳିଲେ ନାବ ଡ଼ାକିଲେ ଶିବ

ମଝି ନଈରେ ଥାଇ

ନାଉରି ହୋଇ ନାବକୁ ବାହି

ଲଗାନ୍ତି କୂଳେ ନେଇ ।


ଯା' ଆଜ୍ଞା ବିନା ମୃତ୍ୟୁ ଆସେନା

ନ ପାରେ କାଳ ଟାଣି

ସେ ଶିବ ନାମ କଲେ ସ୍ମରଣ

ବିଷ ହୁଅଇ ପାଣି ।


ସୋମବାରରେ ଶିବମନ୍ଦିରେ

ସଭିଏଁ ହୋଇ ମେଳ

ମନସ୍କାମନା ଜଣାନ୍ତି ସିନା

ଢାଳି ଲିଙ୍ଗରେ ଜଳ ।


ଭକତି ବିଞ୍ଚି ଶିବଙ୍କୁ କିଛି

ମାଗିଲେ କରି ଅଳି

ଶଙ୍କରଙ୍କର କୃପା ଆପାର

ଦିଅନ୍ତି କୃପା ଢ଼ାଳି ।


ହୃଦେ ଭକତି ପ୍ରଭୁଙ୍କ ପ୍ରତି

ରଖି ତାଙ୍କଠି ଧ୍ୟାନ

ଶ୍ରାବଣ ମାସେ କାଉଡ଼ି ବେଶେ

କର ଶିବଙ୍କୁ ଦର୍ଶନ ।



Rate this content
Log in

Similar oriya poem from Inspirational