STORYMIRROR

Debashis Pati

Inspirational

3  

Debashis Pati

Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
223


ସ୍ୱର୍ଣ୍ଣପ୍ରସୂ ମୋର ଭାରତ ମାଟି

ଫଳାଏ ଯହିଁ ସୁନାର ଫସଲ 

ହିମାଳୟ ଯାର ମଥାର କିରୀଟ

ପଦ ନିତି ଧୁଏ ଯାର ପୂଣ୍ୟଜଳ ।।


ଜାତୀୟ ପତାକା ଆମର ପ୍ରତୀକ

ଆମରି ଦେଶ ଜାତିର ମାନ 

ଜାତୀୟ ଧ୍ୱଜାର ନାମଟି ତ୍ରିରଙ୍ଗା

ପ୍ରତି ଭାରତୀୟ ହୃଦ ସ୍ପନ୍ଦନ ।।


ନାରଙ୍ଗୀ ଶ୍ୱେତ ଶ୍ୟାମଳ ବର୍ଣ୍ଣେ ଗଢା

ମଝିରେ ଶୋଭିତ ଚକ୍ର ଚିହ୍ନ 

ଫରଫର ଉଡେ ସ୍ୱାଧୀନତା ଦିବସେ

ସୁଦୃଢ କରାଏ ମୈତ୍ରୀ ବନ୍ଧନ ।।


ନାରଙ୍ଗୀ ରଙ୍ଗଟି ତ୍ୟାଗ ସାହସର

ଶୁଭ୍ର ଯେ ସତ୍ୟ ଶାନ୍ତିର  

ସବୁଜ ଉନ୍ନତି ସମୃଦ୍ଧି ସୂଚାଏ

ଅଶୋକ ଚକ୍ର ପ୍ରତୀକ ମୈତ୍ରୀର ।।


କେତେ ବୀରଙ୍କ ଶହୀଦ ଶରୀର

ଶୋଣିତ ଗାରର ଅମର ଲିପି 

ଦଗ୍ଧ ନିପୀଡିତ କରୁଣ ବିଳାପ

ତ୍ରିରଙ୍ଗା ରହିଛି ଯାର ମୂକସାକ୍ଷୀ ।।


ସ୍ୱାଧିନତା ଦିବସେ ପତାକା ଉତ୍ତୋଳନେ

ଝରୁଥାଏ ତଳେ ସଦ୍ୟ ସୁମନ 

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଶୁଭେ

ଜାତୀୟ ସଙ୍ଗୀତର ଗୀତ ତାନ ।।


ଜାତୀୟ ବୈରଖ ଲଭୁ ସମ୍ମାନ

ସଂକଳ୍ପ ନେବା ସଭିଏଁ ସାହସେ 

ବାନ୍ଧି ରଖିଛି ଯେ ଏକତା ବନ୍ଧନେ

ସ୍ଥାନ ପାଉ ପ୍ରତି ସଦନ ଶୀର୍ଷେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational