STORYMIRROR

Bijoy Jena

Inspirational

3  

Bijoy Jena

Inspirational

ତ୍ରିରଙ୍ଗା

ତ୍ରିରଙ୍ଗା

1 min
151


ତ୍ରିରଙ୍ଗା ପତାକା ନୁହଇଁ ସାମାନ୍ୟ

 ରଙ୍ଗ ବେରଙ୍ଗ କପଡା

ଆମ ମାଆ ଭାରତ ମାଟିର

ଅଟେ ମଥାମଣି ପରା।

କେତେ ଲହୁ ଲୁହ ଢ଼ାଳି

ବହୁ ବର୍ଷର ଶୋଷଣ କଷଣ 

ଅତ୍ୟାଚାର ବିରୁଦ୍ଧରେ ମୋ

ଦେଶ ବାସୀ ଲଢି ଲଢି ଏଇ

ପାଇଛୁ ଯେ ସ୍ୱାଧୀନତା

ପଞ୍ଚସ୍ତରୀ ବର୍ଷ ପାଇଁ

ପାଳନ ହେଉଛି ଏଠି

ଅମୃତ ମହୋତ୍ସବ

ଆକୁମାରୀ ହିମାଚଳ

ପ୍ରତି ଘରେ ଘରେ ଉଡୁଛି ତ୍ରିରଙ୍ଗା

ଶାନ୍ତି ମୈତ୍ରୀ ପ୍ରୀତିର ପ୍ରତୀକ

ଅହିଂସା ମନ୍ତ୍ରରେ ଆମେ ଯେ ଦୀକ୍ଷିତ 

ଆମରି ତ୍ରିରଙ୍ଗା ଉଡେ ଫରଫର

ନିର୍ଭୟରେ ସୁନୀଳ ଗଗନେ

ଏକ ପତାକା ଏକ ଜାତୀୟ ସଙ୍ଗୀତ

ଏକ ସମ୍ବିଧାନ ନେଇ

ବିଭିନ୍ନତା ମଧ୍ୟରେ ଏକତା ରହିଛି

ଏଇ ତ୍ରିରଙ୍ଗା ର ତଳେ

ଆମରି ଏକତା ଅକ୍ଷୁର୍ଣ୍ଣ ରହିବ

ଦେଶ ମାତୃକା କୋଳେ

ଏଇ ମୋ ଭାରତ ଭୂଇଁ

ତ୍ରିରଙ୍ଗା ଉଡୁଛି ଆହା କି ସୁନ୍ଦର

 ଭାରତ ବାସୀଙ୍କ

ମଥା ଯାଏ ନଇଁ ନଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational