Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

କରୁଅଛି ନିବେଦନ

କରୁଅଛି ନିବେଦନ

1 min
211


କରଯୋଡ଼ି ତୁମ ଚରଣ ତଳରେ

କରୁଅଛି ନିବେଦନ 

ଭାଇଙ୍କୁ ମୋହର ସର୍ବ ସଙ୍କଟରୁ

ରଖିଥାଅ ଭଗବାନ ।


ତୁମେ ଯେଉଁଭଳି ଲୀଳା କରୁଅଛ

ଭ୍ରାତା ଭଗ୍ନୀ ସାଥେ ଧରି 

ମୋତେ ଦେଇଅଛ ଦୁଇଗୋଟି ଭାଇ

ଅବିକଳ ସେହିପରି ।


ଜଗତ ରହିଛି ତୁମ ସୁମଧୁର

ସମ୍ପର୍କର ପରା ସାକ୍ଷୀ 

ଶ୍ରାବଣ ପୂର୍ଣ୍ଣମୀ ତିଥିରେ ସୁଭଦ୍ରା

ତୁମଙ୍କୁ ବାନ୍ଧନ୍ତି ରାକ୍ଷୀ ।


ସ୍ନେହ ମମତାର ଡୋରଟିଏ ଆହା

ଦୁନିଆ ବୁଝି ତା' ମୂଲ୍ୟ 

ପାଳନ କରୁଛି ଅତି ଆଗ୍ରହରେ

ତୁମେ ଯା' ଶିଖାଇ ଦେଲ ।


ଭଉଣୀ ମନାସେ ଭାଇଙ୍କର ଶୁଭ

ରକ୍ଷା ସୂତ୍ର ବାନ୍ଧି ହାତେ 

ଭାଇ ବି ତାହାକୁ ବିପଦେ ଆପଦେ

ସାହାହୁଏ ସାଧ୍ୟ ମତେ ।


ମୁଁ ଏଠି ତୁମକୁ ରାକ୍ଷୀ ପିନ୍ଧାଇକି

ଭାଇଙ୍କ କୁଶଳ ଇଚ୍ଛେ 

ଜାଣେ କୃପାକରି ସଙ୍କଟ ନିବାରି

ସାହା ହେବ ପ୍ରଭୋ ନିଶ୍ଚେ ।



Rate this content
Log in

Similar oriya poem from Inspirational