STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଏମିତି ହୁଅନ୍ତା କି

ଏମିତି ହୁଅନ୍ତା କି

1 min
139

ଏମିତି ହୁଅନ୍ତା କି......

କିଛି ଗୋଟାଏ ଅଲୌକିକ ମହିମା

ରାତାରାତି ବଦଳି ଯାନ୍ତା ସବୁ

ସମସ୍ତେ ହୋଇ ଯାନ୍ତେ ଏକ

ଯେ ଯାହା ଖୋଜିଥାନ୍ତା

ପାଇଯାନ୍ତା ନିଜ ହାତ ପାହାନ୍ତାରେ

ମନ ହୋଇଯାନ୍ତା ସମସ୍ତଙ୍କର ଖୁସି 

କାହାରି କିଛି ନ ରୁହନ୍ତା ଅଭାବ

ସମସ୍ତେ ହୋଇ ଯାନ୍ତେ

ଥିଲାବାଲା ଅମୀର

ନ ଥାନ୍ତା ମନରେ କିଛି ବିକାର

ଫୁଲ ପରି ସଭିଏଁ ରହିଥାନ୍ତେ ହସି ହସି।

ଏମିତି ହୁଅନ୍ତା କି......

କିଛି ଗୋଟାଏ ଯାଦୁକରୀ ଶକ୍ତିର କମାଲ୍

ସମସ୍ତେ ରୁହନ୍ତେ ହୋଇ ମାଲେମାଲ୍

ଦୁନିଆଁରେ ନ ଥାନ୍ତା ଗୋଳମାଳ

ସଭିଏଁ ସବୁ ଭେଦାଭେଦ ଭୁଲି

ପରକୁ କରୁଥାନ୍ତେ ଆପଣାର 

ସମସ୍ତଙ୍କର ହୁଅନ୍ତା ଗୋଟାଏ ମନ 

ବୁଝାମଣା ରହନ୍ତା ହୁଅନ୍ତା ସମାନ

କାହାରି ମଧ୍ୟରେ କେବେ ହୁଅନ୍ତା ନାହିଁ

ମତାନ୍ତର ବା ମନାନ୍ତରର ସଂଘର୍ଷ

ଜୀବନ ପଥେ ସମସ୍ତେ ଚାଲିଥାନ୍ତେ

କରି ସତ୍ୟ ଧର୍ମ ଅହିଂସାରେ ନ୍ୟାୟ ବିଚାର।

ଏମିତି ହୁଅନ୍ତା କି......

କିଛି ଗୋଟାଏ ଅଦ୍ଭୁତ ଘଟଣା

ସମସ୍ତଙ୍କୁ ମିଳିଯାନ୍ତା ନିଜ ଲକ୍ଷ୍ୟର ଠିକଣା

ପାହାଚ ପରେ ପାହାଚ ଅତିକ୍ରମ କରି

ପହଞ୍ଚି ଯାନ୍ତେ ସଫଳତାର ଶୀର୍ଷ 

ହାରିବାର କି ପରାସ୍ତ ହେବାର

ନ ଥାନ୍ତା ତିଳେ ଆଶଙ୍କା କି ସନ୍ଦେହ

ସଭିଙ୍କର ସୃଷ୍ଟି ହୁଅନ୍ତା ଆତ୍ମବିଶ୍ୱାସ

ଆଉ କାହାକୁ ଦେବାକୁ ପଡ଼ନ୍ତା ନାହିଁ

ଉପଦେଶ କି ସୁପରାମର୍ଶ।

ଏମିତି ହୁଅନ୍ତା କି......

କିଛି ଗୋଟାଏ ବାସ୍ତବ ଘଟଣା

ସତ୍ୟ ଯୁଗ ଆସନ୍ତା ଆଉ ଥରେ ଫେରି

ସଭିଏଁ ସଭିଙ୍କୁ କରନ୍ତେ ଭାବନ୍ତେ ନିଜର

ରହିଯାନ୍ତା ଦୃଢ ଭରସା ବିଶ୍ଵାସ

କେହି କାହାକୁ ଠକିବାକୁ

କରନ୍ତେ ନାହିଁ ଛଳନା କି ପ୍ରତାରଣା 

ସବୁରି କଥାର ଗୁରୁତ୍ୱ ରଖି

ସମସ୍ତେ ଉପଲବ୍ଧି କରିଥାନ୍ତେ 

ସତ୍ୟ ଶିବ ସୁନ୍ଦର କଣ ?

ହୃଦୟ ଚିହ୍ନନ୍ତା ହୃଦୟଟିଏ

ଆଗକୁ ବଢିବାର ବଢେଇବାର

ନ ଥାନ୍ତା ଟିକିଏ ବି ଦ୍ଵନ୍ଦ

ସଭିଏଁ ପାଉଥାନ୍ତେ ଅସୀମ ପ୍ରେରଣା।

ଏମିତି ହୁଅନ୍ତା କି......



Rate this content
Log in

Similar oriya poem from Inspirational