STORYMIRROR

Trushna Das

Tragedy Inspirational Thriller

3  

Trushna Das

Tragedy Inspirational Thriller

ସପନର ସୌଦାଗର

ସପନର ସୌଦାଗର

1 min
314

        

ସପନର ସୌଦାଗର 

କଣ ପାଇଁ ଦେଖାଇଲ ସପନ ମୋତେ ମରୀଚିକାର

ଯଦି ସାଥୀ ହୋଇବା ନ ଥିଲା ତୁମର 

କଣ ପାଇଁ କରି ଥିଲ ମୋତେ ନିଜର 

ଖୋଜି ବୁଲୁଛି ମୁଁ ଏ ପ୍ରଶ୍ନୋତ୍ତର। 


ସପନର ସୌଦାଗର 

ଖେଳି ଗଲ ମନ ସହ ମୋର

ମିଛ ପ୍ରତିଶ୍ରୁତି ଦେଇ ଥିଲ ପ୍ରେମର

ବର୍ବାଦ କରି ଦେଲ ଜୀବନ ମୋର 

ଦେଇ ପାରିବ କି ଏ ପ୍ରଶ୍ନୋତ୍ତର। 


ସାମନରେ ଅଛନ୍ତି ସପନର ସୌଦାଗର 

ପଚାରିଛି ମୁଁ ତାଙ୍କୁ ପ୍ରଶ୍ନ ମୋର

କଣ ପାଇଁ ଏ ପରିଣାମ ଦେଲ ମୋ ପ୍ରକୃତ ପ୍ରେମର

ଉତ୍ତର ମିଳିଛି ମୋ ପ୍ରଶ୍ନର।


ହଁ ମୁଁ ସପନର ସୌଦାଗର 

ମନ ସହ ଖେଳିବା ଅଭ୍ୟାସ ମୋର 

ମୁଁ ମୃଗ ତୃଷ୍ଣା ସମସ୍ତଙ୍କର

ମୋତେ ଚିହ୍ନି ନ ପାରି ହୋଇ ଗଲ ସାଥୀ ମୋର

ମୋ ସହ ସମ୍ପର୍କ ରଖିବା ଭୂଲ ଥିଲା ତୁମର। 


ହେ ସପନର ସୌଦାଗର 

ପାଇଗଲି ମୁଁ ଆଜି ମୋ ପ୍ରଶ୍ନୋତ୍ତର 

ମୋ ପ୍ରେମ ବଦଳରେ ତୁମେ ଦେଲ ପ୍ରତାରଣାର ଉତ୍ତର

ତୁମେ ଯେ ମରୀଚିକା ଥିଲ ବୁଝି ଗଲା ମନ ମୋର

ଧାଇଁବି ନାହିଁ ମୁଁ ମୃଗ ତୃଷ୍ଣା ପଛର

ଦିନେ ନା ଦିନେ ଏ ମରୁଭୂମିକୁ ମୁଁ କରିବି ପାର

ଦିନେ ନା ଦିନେ ପହଞ୍ଚିବି ମୁଁ ପ୍ରକୃତ ଲକ୍ଷ୍ୟ ସ୍ଥଳେ ମୋ ଜୀବନର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy