STORYMIRROR

Debadatta Jena

Drama Romance Thriller

3  

Debadatta Jena

Drama Romance Thriller

ଛବିର ରଙ୍ଗ

ଛବିର ରଙ୍ଗ

1 min
220


ତୋ' ଛାଇରେ ଏତେ ଶୀତଳତା,

ଛବିରେ ଆତ୍ମୀୟତା,

ତୋ' ମନରେ ଭରେ ମାଦକତା,

ସ୍ବପ୍ନରେ ସରସତା..!

ତୋ' ହୃଦୟେ ଥିଲେ ଗଭୀରତା

ଆଖିରେ ନୀରବତା..,

ତୋର ସ୍ପର୍ଶରେ ଆଣେ ଚୁମ୍ବକତା,

ପଲକେ ଚଞ୍ଚଳତା..!

ତୋ ଇଚ୍ଛାରେ ଯଦି ଆବେଗତା,

ଅନ୍ତରେ ମରମକଥା..,

ତୋ' ତୃଷ୍ଣାରେ ଥିଲେ ତଲ୍ଲିନତା

ପ୍ରେମ ଗହନ କଥା..!

ତୋ କଥାରେ ଝରେ ମଧୁ ଛନ୍ଦା,

ରୂପ ରଜନୀଗନ୍ଧା,

ତୋର ବିରହ ଲାଜେ କୃଷ୍ଣ ଚୂଡ଼ା,

ହସ ଲବଙ୍ଗ ଲତା..!

ତୋ'ସମର୍ପଣେ ବିଶ୍ୱାସନୀୟତା,

ସମ୍ପର୍କ ମଧୁ ଲଗ୍ନା..,

ତୋ'ସମ୍ମୋହନ ଜୀବନ ରେଖା,

ପୁଲକେ ବିଧୁ ଜ୍ୟୋସ୍ନା ..!

ତାରୁଣ୍ୟେ ଶାଳୀନତା,

କଳ୍ପନାରେ କଳ୍ପଲତା,

ଛାଇ ଛବିଳ ଲତା ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama