STORYMIRROR

Santanu Bisoi

Abstract Thriller

3  

Santanu Bisoi

Abstract Thriller

ଅନୁତାପ

ଅନୁତାପ

1 min
297

ହୃଦୟର କେଉଁ ଏକ ନିଭୃତ କୋଣରୁ

ଦକ୍ ଦକ୍ କରୁଥିବା ସ୍ପନ୍ଦନ ଭିତରୁ

ସ୍ମୃତି ବିଜଡିତ ଅତୀତ ପୃଷ୍ଠାରୁ

ଆଜି ଯଦି ମନେପଡ଼ ତୁମେ...


ମେଞ୍ଚା ମେଞ୍ଚା ସାଇତା ଚିଠି ସବୁ ଦେଖି

ବ୍ଲେଡ଼ରେ ହାତ କାଟି ଚିଠି ଲେଖିଥିବା କ୍ଷତ ଦେଖି ଦେଖି

ସ୍ନେହ ସରାଗର ଉପଢୌକନ ଖୋଲି ଦେଖି 

ପୁଣି ଯଦି ମନେ ପଡ ତୁମେ...


ବିଦୀର୍ଣ୍ଣ ପୃଥିବୀଟା ଖସି ପଡେ ମୋ ମୁଣ୍ଡ ଉପରେ

ଭଙ୍ଗା ମୁକୁର ଟୁକୁଡ଼ା ଗୁଡିକରେ ପ୍ରତିଫଳିତ ମୁହଁଟା ତାତ୍ସଲ୍ୟ କରିଉଠେ

ବାରମ୍ବାର ଉପହାସିତ ହୁଏ ମୋ ପୌରୁଷତ୍ଵ

ଭଗ୍ନ ହୃଦୟଟା କରୁଣ ଚିତ୍କାର କରେ...


ଅସମାହିତ ଅଜଣା ପ୍ରଶ୍ନ ବାଣର ଶର ଶଯ୍ୟାରେ ଛଟପଟ ହୁଏ

ଭୁଲ ନଈରେ ସନ୍ତରଣ କରୁକରୁ ଫେନୀଳ ଭଉଁରୀରେ କଚି ହୋଇ ଅଣନିଶ୍ୱାସୀ ହୋଇଯାଏ


ଅନୁଶୋଚନା ଅନୁତାପର ନୀଳ ବହ୍ନିରେ ଆଜି ବିଦଗ୍ଧ ମୁଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract