STORYMIRROR

Amit Bal

Action Thriller

3  

Amit Bal

Action Thriller

ରହସ୍ୟମୟ ଜୀବନ

ରହସ୍ୟମୟ ଜୀବନ

1 min
187

ରହସ୍ୟ ରୋମାଞ୍ଚରେ ଭରା ମଣିଷ ଜୀବନ

କାହା ପାଇଁ ସମ୍ଭାବନାର ସବୁଜ ସପନ ,

କାହା ଲାଗି ଅପୂର୍ଣ୍ଣତାର ନୀରବ ରାଗିଣୀ

କହିପାର ଉଲ୍ଲସିତ ଦୀପ ପୁଣି କଳସୀ ରଜନୀ ......


ସ୍ତରେ ସ୍ତରରେ ଅନନ୍ତ ଅଭିନୟ

          ଜୀବନର ଉନ୍ମୁକ୍ତ ରଙ୍ଗ ମଞ୍ଚରେ

ରହସ୍ୟ ଭିତରେ ଭରା ରହସ୍ୟ

           ପ୍ରତି କ୍ଷଣେ ପ୍ରତି ମୁହୂର୍ତ୍ତରେ ......


ସମୟ ବିତିଯାଏ ଯେଉଁଠି

           ନିଜେ ନିଜକୁ ଭଲକରି ଚିହ୍ନିବାରେ

ଅନ୍ୟ କଥା କେବଳ ବିଚାରେ

           ଆବେଗର ମୃଦୁ ବିସ୍ଫୋରଣ ମଧ୍ୟରେ .....


ହୃଦୟ ଚିପୁଡିଲେ ଏଠି 

        ପ୍ରତାରଣାର ମେଘ ବର୍ଷା ପରି ଟପ୍ ପଡେ

ଆଶ୍ରିତ ହେଲ ଛଳନାର ଛାତ ତଳେ ତ ଭଲ

    ନଚେତ୍ ରହସ୍ୟର ବିଜୁଳିରେ ଜୀବନ ବି ଗଡ଼େ ....।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action