STORYMIRROR

Amit Bal

Romance Thriller

3  

Amit Bal

Romance Thriller

ଗୋଟିଏ ବର୍ଷା ରାତି

ଗୋଟିଏ ବର୍ଷା ରାତି

1 min
327

ଆଜି ବି ମନେ ପଡେ ମୋର

          ସେଦିନ ର ରାତି କଥା,

ଖୁବ୍ ଜୋରରେ ବର୍ଷୁ ଥିଲା ମେଘ,

ମୋ ପାଖରେ ନା ଥିଲା ବର୍ଷାତି

                ନା ଥିଲା ଛତା ।


ମେଘ ଛାଡି ବାର ନାଁ ଧରୁ ନ ଥିଲା

ଅଧିକନ୍ତୁ ମୋ ଉପରେ ଯେମିତି ରାଗିଛି 

   ସେଥିପାଇଁ ତୁହାକୁ ତୁହା ବର୍ଷୁଥିଲା ।


ରାସ୍ତା କଡ ଗୋଟାଏ କ୍ଯାବିନରେ

     ମୁଁ ଛିଡ଼ା ହୋଇ ଥିଲି ଏକା ଏକା,

ଖୁବ୍ ଏକୁଟିଆ ଲାଗୁଥିଲା ମୋତେ

ସବୁ ଆଡୁ ଆସୁଥିଲା

      ଦୁଶ୍ଚିନ୍ତା ତକ ଏକା ସାଥେ ।


ଠିକ୍ ସେଇ ସମୟରେ

ହଠାତ୍ କାହା ଡାକରେ ମୁଁ ଚମକି ପଡିଲି ,

ଯେହେତୁ ମୁଁ ଆଗରୁ ଶୁଣି ଥିଲି

ଏହା କୁଆଡେ ରେଡ୍ ଲାଇଟ୍ ଏରିଆ ବୋଲି ,


ତଥାପି ସାହସ କରି ପଚାରିଲି , କିଏ ?

ହେଲେ କିଛି ନ କହି ବଢାଇ ଦେଲା

         କେହି ମୋତେ ଛତାଟିଏ , 

ଏବଂ ଧୀରେ କରି କହିଲା

ରାତି ଅନେକ ହେଲାଣି ବାବୁ !

ଏଥର ଘରକୁ ଫେରି ଯାଅ,

ଯେହେତୁ ଏ ଜାଗା ଏ ବର୍ଷା ରାତି

              ତୁମ ପାଇଁ ନୁହେଁ ....!!

  


Rate this content
Log in

Similar oriya poem from Romance