ଶୁଭ ବିବାହ
ଶୁଭ ବିବାହ


ଶୁଭ ବିବାହର ଶୁଭ ଅବସରରେ
ତୁମ ଆଖି ନାଚି ଉଠୁଥିଲା ।
ପ୍ରଥମ ଦେଖାର ସଜ୍ଜଳ ମୁୁୁୁୁହଁଟି
ହୃଦୟରେ ଜାଗା କରି ନେଇଥିଲା ।।
ମନ ଉଡୁଥିଲା ପକ୍ଷୀରାଜ ଘୋଡାରେ ଚଢି
ଦେଖିବାକୁ ମନର ମାନସୀଟିିିକୁ ।
କଳ୍ପନାର ନୀଳଉର୍ମି ଯେତେ ଢେଉ ଭାଗୁଂଥିଲା
ଆଶାର ବେଳାଭୁୁୁଇଁ ବୁକେ ।
ବାହା ବେଦୀ ପରେ ଯବେ
ତୁମ ହାତେ ମୋ ହାତେ ଦେଲ ଛନ୍ଦି ।
ସେତେବେଳେ ମୁଁ ତୁମ କଅଁଳ ହାତରେ ଅଙ୍କା
ଚିତ୍ରିତ ଚିତ୍ରରେ ଲେସି ହୋଇ ରହିିିିବା ଆଳରେ
ଧିରେ ଧିରେ ଚିିପୁଥିଲି ହାତ ।
ତୁମେ ବି ତ କମ ନଥିଲ,
ତୁମେ ବି ମୋ ଚିପା ହାତକୁ ଚିମୁଟି ଦେଉଥିଲ,
ଲାଗୁଥିଲା କିଛି ମୁହୂର୍ତ୍ତ ଏ ଦୁନିଆଁ
ନିିିିିଦରେ ପଡନ୍ତା କି ଟିକିଏ ଘୁମେଇଁ ।
ଶୁଭ ବିବାହର ମଜା ଯେତେ ଆମେ
ଅନ୍ୟ ସବୁ ଅଜାଣତେ ନିଅନ୍ତେ ଚୋରେଇ ।
ରଚିଯାନ୍ତେ ନୂଆ କିଛି ସୃଷ୍ଟିର ଆଶାରେ
ଆମର ଆଦିମ ପ୍ରବୃତ୍ତି ନେଇ ।
ଆଦାମ ଇଭର କଳ୍ପିତ ସଂସାର ନେଇ।।
ବିବାହର ଶୁଭ କାମେ ଉପସ୍ଥିତ ସଭିଏଁ
ପଡନ୍ତେକି ଟିକିଏ ଘୁମେଇଁ ।।