Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Biswal

Tragedy Inspirational Thriller

4.0  

Tapan Kumar Biswal

Tragedy Inspirational Thriller

ବାସ୍ତବଠାରୁ ଭିନ୍ନ

ବାସ୍ତବଠାରୁ ଭିନ୍ନ

1 min
11.9K



ନିର୍ବାକ ଶୂନଶାନ ରାସ୍ତା ଘାଟ

ସାମ୍ନାରେ ଚାରି ଛକିଆ ରାସ୍ତା

ପୁଣି ଥରେ ମୁଁହ ବୁଲାଇଦେଲି

ଚାରି କଡ଼କୁ

ନିଷ୍ପତ୍ତି ନେଲି ସାମ୍ନାରେ ଥିବା

ସିଧା ସଳଖ ମାର୍ଗରେ ଆଗକୁ ବଢ଼ିବା ପାଇଁ ll


କାହିଁକି କେଜାଣି ଅସ୍ଥିର ଲାଗୁଥାଏ

ତଥାପି ଆଗକୁ ବଢିଚାଲୁଥାଏ

ଲାଗୁଥାଏ ନୂଆ ନୂଆ 

ଆଉ କୌତୁହଳ ସମେତ ବେଶ ମନୋରମ

ଟାଣି ହୋଇଯାଉଥିଲା ପାଦ

ଆଗକୁ ଆପେ ଆପେ ll


ଅପୂର୍ବ ମନଲୋଭା ପ୍ରକୃତି ଆଉ ପରିବେଶର

ବର୍ଣ୍ଣନା ଅବର୍ଣ୍ଣନୀୟ

ଚାରିଆଡେ ଖାଲି ଶାନ୍ତି 

ମନରେ ଖେଳି ଉଠିଲା

ପୁଣି ଥରେ ଅପୂର୍ବ ଶିହରଣ ll


ଇଚ୍ଛା ହେଉଥିଲା ରହିଯିବା ପାଇଁ

କିଛି ସମୟ ପାଇଁ

କାହିଁକି ନା ପୁଣି ଥରେ 

ମିଳି ନପାରେ ଏହି ଅପରୂପ ସୌନ୍ଦର୍ଯ୍ୟ

କୁ ଉପଭୋଗ କରିବାର ସମୟ ଏବଂ ସୁଯୋଗ

ଶେଷରେ ତାହା ହିଁ ହେଲା

ଅଟକି ଗଲି କିଛି ସମୟ ପାଇଁ ll


ପୁଣି ମନରେ ଉଙ୍କି ମାରିଲା

ଅନେକ ଅସୁମାରୀ ଆଶା ଓ ପ୍ରଶ୍ନ

ଆଗାମୀ ମାର୍ଗର ଭାବନା ମଧ୍ୟ

ବହୁତ ସୁନ୍ଦର ହୋଇଥିବ

ଏ ଭଳି କଳ୍ପନା ରହିଥିଲା ମନରେ ll


ସେ ଯାହାବି ହେଉ ଫୁଣି ପାଦ

ଟାଣି ହୋଇଗଲା ଆଗକୁ ଆଗକୁ

ବେଶ କିଛି ବାଟ ଗଲା ପରେ

ବଦଳିଗଲା ଚାରିଆଡୁ ସମସ୍ତ ବାତାବରଣ 

ସବୁଆଡେ ଶୂନଶାନ 

ଆଉ ଖାଁ ଖାଁ

ଚାରିଆଡୁ ଶୁଭୁଥିଲା କେଜାଣି

କେଉଁ ଅଜଣା ଭୟଭୀତ ସ୍ୱର 

ଦେହରୁ ବାହାରି ପଡୁଥାଏ

ଗମ ଗମ ଝାଳ ll


ମନ କହୁଥିଲା ଫେରିଯିବା ପାଇଁ

ପୁଣି ପଛକୁ 

ସେୟା ହଁ କଲି 

ପୁଣି ଥରେ ପଛକୁ ଫେରିବା ପାଇଁ

ପାଦ ବଢାଇଲି

ହଠାତ ମୋ ନିଦ ଭାଙ୍ଗିଗଲା

ଆଉ ମୁଁ ବିଶ୍ୱାସ କରିପାରୁ ନ ଥିଲି

ଏହା ସ୍ୱପ୍ନ ଥିଲା ବୋଲି

ଯାହାକି ବାସ୍ତବଠାରୁ ଭିନ୍ନ

ସମ୍ପୂର୍ଣ୍ଣ ଭାବରେ ll




Rate this content
Log in

Similar oriya poem from Tragedy