ରାଜକୁମାରୀ
ରାଜକୁମାରୀ


ନିସ୍ତବ୍ଧ ଅନ୍ଧାର ରାତିରେ
ଅର୍ଦ୍ଧ ଜହ୍ନ ଆଲୁଅର ଛିଟା
ତା ଦେହରୁ ରିଫ୍ଳେକ୍ସ୍ ଆସିଲେ
ବେସ ଭଲ ଲାଗୁଥିଲା ।
ବିଲକୁଲ ଚିକ୍-ମିକ୍ ମୁହଁ
ହସ-ହସ ଗୋଲ ଚେହେରା
ପ୍ରଜାପତି ରଙ୍ଗର ପୋଷାକ
ମନକୁ ଉଚ୍ଛନ୍ନ କରୁଥିଲା ।
ରାଜକୁମାରୀର ଉପସ୍ଥିତି
ତା ଆଖି ଡୋଳାର କଜଳ ଗାରେ
ଲେଖା ଅଜସ୍ର ପ୍ରେମ କବିତା
ପଢ଼ିଲେ ପ୍ରେମାକ୍ତ କରୁଥିଲା ।
ପାହାନ୍ତିଆ ସୂର୍ଯ୍ୟର ଆଗମନେ
ସମୟର ଚାରି ଘଡ଼ି ବେଳାରେ
ତା'ର ପର ଥିଲା କି କେଜାଣି
ଉଡ଼ି ଯିବାକୁ ସାହସ କରୁଥିଲା ।
ଅସମ୍ଭବ ସ୍ବପ୍ନର ପ୍ରମାଣ ଖୋଜିଲି
ତା ଡେଣାର ପର ଝଡି଼ଥିବ ନିଶ୍ଚୟ
ହଠାତ୍ ଆଖି ପଡିଲା ଟେବୁଲ ଉପରେ
ଦୁଆତ ଭିତରେ ଥିଲା ଧଳା ପର
ସେ ପର ପ୍ରେମ ବୟାନ କରୁଥିଲା ।