Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Thriller

3  

gouranga charan beura

Thriller

ନିଃଶବ୍ଦ ସୀମାନ୍ତ

ନିଃଶବ୍ଦ ସୀମାନ୍ତ

1 min
12



ଗୁଳି ପିଉଥିଲା     ଅମୃତ ରକତ

    ନିଃଶବ୍ଦ ସୀମାନ୍ତ କୋଳେ,

ଟଳି ପଡୁଥିଲେ    ଅମୃତ ସନ୍ତାନ

    ଦିଗନ୍ତର କରବାଳେ ॥

ବୀରଗର୍ଭା ମାଟି   ଭରୁଥିଲା ଅଣ୍ଟି

    କୋଳେ ସୁଯୋଗ୍ୟ ସନ୍ତାନ,

ପ୍ରତିଶୋଧ ବହ୍ନି    କୁହୁଳାଇ ଶାହ୍ନି

     କରେ ଜୟହିନ୍ଦ୍ ଗାନ ॥

ଘାଇଲା ପ୍ରାଣରେ   ଜନ୍ମମାଟି ପ୍ରୀତି

     ଦେଉଥିଲା ସିଂହ ରଡି,

ଲଂଘି ପଡୁଥିଲେ  ରକ୍ତ ମୁଖା ହୋଇ

     ବାନ୍ଧି ବିଜୟ ପଗଡି ॥

ପଲ୍ଲୀ ମଳୟରୁ    ଭାସି ଆସୁଥିଲା

    ପିତା ମାତା ଭଗ୍ନୀ ସ୍ନେହ,

ମାନସ ପଟ୍ଟରେ   ଉଂକି ମ‍ାରୁଥିଲା

     ପତ୍ନୀ ବିଦାୟର ମୁହଁ ॥

ବିବାହ ବେଦୀର    ସାହ‍ନାଇ ସୁର

     ସାଜିଥିଲା ଯୁଦ୍ଧ ଭେରୀ,

ରକ୍ତାକ୍ତ ଶରୀରେ   ଫୁଟୁଥିଲା ଜବା

     ଶତୃ ରକ୍ତେ ବକ୍ଷ ଚିରି ॥

ଶବ କାନ୍ଧେ ବହି    ବନ୍ଧୁକ ଉଠାଇ

    ଲମ୍ଫଦେଇ ଶତୃ ପରେ,

ଅଇରି ବକ୍ଷରୁ     ରକ୍ତ ପାନ କରି

    ଲୋଟୁଥିଲେ ଅବନୀରେ ॥

କଫନରେ କିଏ  ସଲାମୀ ହୁଂକାରେ

     ଶମଶାନ ଆହୁତିରେ,

ବୈକୁଣ୍ଠ ଆଳୟେ ଶୋକଛାୟା ବାଢି

     ବାହୁଡନ୍ତି ସ୍ୱର୍ଗପୁରେ ॥

ଅସହ୍ୟ ସୀମାନ୍ତ  ଗାଇ ଶୋକ ଗୀତ

      ବାଢୁଥିଲା ଦଣ୍ତବତ,

ଶହୀଦ ରକ୍ତରେ    ରଚି ଇତିହାସ

      ସାଜିଥିଲା ଐରାବତ ॥           

ହୃଦୟର ନିଭୃତ କୋଣର ବେଦନା


       



Rate this content
Log in

Similar oriya poem from Thriller