STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଅସ୍ଥାୟୀ

ଅସ୍ଥାୟୀ

1 min
370


ନଈ ପରି କଳକଳ 

ପକ୍ଷୀ ପରି ଶିଳ୍ପୀ କୂଳ 

ଆଜି ଅଛି କାଲି କିଏ ଥିବ କାହିଁ 

ମନ କାହିଁକି ବିକଳ ଆକୁଳ 

ଅସ୍ଥାୟୀ ସବୁ କାଳ ବେଳ 

ଚିରସ୍ଥାୟୀ ଖୋଜି କେହି 

କହେ ମଞ୍ଜିରୁ ଫଳ 

ଗଛର ମୂଳରୁ ଡ଼ାଳ 

ଯାଅ ସମୁଦ୍ର କୂଳ 

ଦେଖିବ ନାହିଁ ଥଳ କୂଳ 

ତଥାପି ଜୀଵନ ଚଳ ଚଞ୍ଚଳ 

କୃଷକ ବୁଲାଏ ହଳ 

ଶ୍ରମିକ ଖଟାଏ ବଳ 

ସୈନିକ ବୁଦ୍ଧି ବଳ 

ଭାବିଲେ ନିଶ୍ଚୟ ସମୁଦ୍ର ଜଳ 

ଦିଶଇ କାହିଁକି ନୀଳ 

ଆକାଶ କାହିଁ ସୁନୀଳ 

ଆଖି କାହିଁ ଢଳଢଳ 

ବୁଝିଯିବ ଆଜି କାଲି ପାଉଁସ ତଳ

ଅସ୍ଥାୟୀ ବନ୍ୟା ଜଳ 

ସବୁଜିମା ଘନ ବନାନୀ ନୀଳ 

ମଝି ବରଡ଼ା ହରାଇ ବଳ 

ଉପର ବରଡ଼ା କହେ ଜଳ ସ୍ଥଳ 

ଗୋଡ଼ ଖସିଲେ ରସାତଳ 

ଆସ୍ଥାୟୀ ପରା ଅଚଳ ଆକୁଳ ଘୋଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract