STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ମଲାଟ ତଳର ଚିଠି

ମଲାଟ ତଳର ଚିଠି

1 min
303


କୋଉ ମଲାଟ ତଳେ ଚିଠି 

ମଲାଟ ତ ମଲାଟ ପଚାରୁଛ

ସତେ ଯେମିତି ଲଲାଟ 

ଅବଶ୍ୟ ବହିର ନହୋଇ 

ହେଇପାରେ ବିହିର 

ହେଇପାରେ କବାଟ ସେପଟ 

କି ଏରୁଣ୍ଡି ଏପଟ 

କାନ୍ଥେଣୀ ଠଣାର ଗୋଟେ ପଟ 

ଡିବିରି ଦିଆସିଲି ପରି କପାଟ 

ପୁଣି ବି ହୋଇପାରେ କପଟ ମଲାଟ 

ନା ଡ଼ାଇରୀ ମଲାଟ 

ନୁହେଁ ନିଶ୍ଚୟ ମାଟି ଖଡ଼ିର ସିଲଟ 

ଖୋଲୁ ଖୋଲୁ ପ୍ରେମ ଚିଠି 

ହେଉଥିଲା ପ୍ରେରକ ଗ୍ରାହକ 

ଏପଟ ସେପଟ କାହାର ଏ କୂଟକପଟ 

ବାଜିବ କାହା ଉପରେ ଛାଟ 

କାହା ମନେ ଏ ପ୍ରେମ ଛିଟ 

ସରଳସମାଧାନର ଖୋଜି ବାଟ 

କିଏ କଲା କପଟ ହେଲା କିଏ ଛଟପଟ 

କାହାର ଏ ନଟକୁଟ 

କେବେଠୁ ଏସବୁ ଚାଲିଛି ସଙ୍କଟ 

ଏହା ଥିଲା ଡେମୋ ଆରମ୍ଭ ପୂର୍ବ ନାଟ 

ସତରେ ମିତରେ ଆଜିକାଲି ବାଟ

ଖୋଜି ଖୋଜି ଡିଜିଟାଲରେ ବି ଫାଟ 

ଆତ୍ମପ୍ରକାଶ ପୂର୍ବରୁ ଡେମୋ ଆକାଉଣ୍ଟ 

ନହେଲେ କିଏ ଵା କାହିଁକି କାଣ୍ଟଛାଣ୍ଟ 

କରିବ ଫର୍ଦ୍ଦେ ଚିଠିର ଏ ନିଅଣ୍ଟ ବଜେଟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract