STORYMIRROR

Sunanda Mohanty

Abstract Thriller

4  

Sunanda Mohanty

Abstract Thriller

ଜଗତର ନାଥ

ଜଗତର ନାଥ

1 min
241


ତୁଳସୀ ଚନ୍ଦନ ବାସୁଥାଉ

କସ୍ତୁରୀ ତିଳକ ଦୟଣା ସାଥିରେ

ଭାଇ ଭଉଣୀଙ୍କ ସାଥେ ରତ୍ନବେଦୀରେ

ଚକାଆଖି ସଙ୍ଗେ ଆଖି ମିଶିଗଲେ

ପ୍ରେମ ଭକ୍ତି ଲୁହ ଗାଡିଯାଉ

କିଛି ମାଗୁନାହିଁ ମହାବାହୁ

ସବୁତ ଦେଇଛ ହେ ନୀଳାଚଳିଆ ଛଳିଆ

ନଦେଇଛ ବୋଲି କେମିତି କହିବି

ନିର୍ମାଲ୍ୟ କଣିକା ତୁଣ୍ଡେ ଥାଉ

କାହାକୁ ଦେଇଛ ଭାଗ୍ୟ ବହି

କାହାର ଲେଖିଛ କର୍ମ ଏହି

କାହାକୁ କରିଛ କଳାକାର

ତୁମରି ଭକ୍ତିର ଭାବ ଦାଉ ଦାଉ

ବନ୍ଧୁ ମହାନ୍ତିଙ୍କୁ ଦେଲ ଅନ୍ନ ଥାଳି

ଦାସିଆ ବାଉରୀ ନଡ଼ିଆ ପାଳି 

ଜୟଦେବଙ୍କ ଲେଖି ଅଧା ଅଧୁରା ପଦ୍ୟାବଳୀ

ଗୀତଗୋବିନ୍ଦ ଶୁଣୁଛ ବନମାଳୀ

ସାଲବେଗ ପାଇଁ ରଥ ଅଟକାଇ

ଲୀଳା ଖେଳା କେତେ କର ସାଇଁ

କଳା ଶ୍ରୀମୁଖ ଦର୍ଶନେ ଭାବେ ମନେ

ବସିଥିବା ବେଳେ ଦିବସ କାଳେ

ଶେଷ ସମୟ ମୋ ପାହିଯାଉ

ନଦେଲ ବୋଲି ମୁଁ କହିବି କି ପ୍ରଭୁ

ଚନ୍ଦନ ଅର୍ଗଳି ସେପାଖୁ ଆଖି ପାଉ ପାଉ

ଦେଖେ ତ୍ରିଭଙ୍ଗୀ ଠାଣି ବାଙ୍କ ଚାହାଣୀ ମହାବାହୁ

କେତେ କେତେ ଲୀଳା ବର୍ଣ୍ଣିବାକୁ ବାଳା

ଗରୁଡ଼ ଖମ୍ବ ସେପାଖୁ ହାତ ଟେକି ରହୁ

ତୁମ ଦର୍ଶନେ ପାପ ମୋଚନେ ଆଶା

ଅଛି ଥିଲା ଥିବ ସଦା ରହିଥାଉ

ଓଡିଶା ରାଇଜେ ଜଗନ୍ନାଥ ଧାମ ମହିମା ରହୁ

ଜଗନ୍ନାଥ ଦେଶ ବୁଲିଯିବା ଆସ ଭକ୍ତ କହୁଥାଉ

ପୁରୀ ସରକାର ବଡଦେଉଳରେ ବେଢା ଭିତରେ

ଜଗା ଟିକେ ସଦା ମିଳୁଥାଉ

କୌତୁହଳେ ଭକ୍ତ ଦେଖୁଥାଉ

ପତିତ ପାବନ ବନା ନୀଳଚକ୍ର ସାଥେ ରହି ଉଡ଼ୁଥାଉ

ଆଚମ୍ବିତ କଥା ଗାଥା ଶୁଣି ତୁମ ଜୀବ ଯାଉ

ଶଙ୍ଖକ୍ଷେତ୍ରର ଶ୍ରୀପତି ଜଗନ୍ନାଥ ତୁମ୍ଭ ଯଶ ରହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract