STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ପାରା ତୁ ଯା ଉଡ଼ିଯା

ପାରା ତୁ ଯା ଉଡ଼ିଯା

1 min
388


ଆସ ଆସ ପାରା ଦୁଇଟି 

ମୋର ପାଖକୁ ଆସ 

କରିଦେବି ତୁମ ଦୁହିଁଙ୍କୁ 

ମୁହିଁ ଗୁପ୍ତଚରର ବେଶ 

ଉଡି ଉଡି ଯାଇ କହିବ 

ମୋ ରାଇଜ ଓ ଦେଶ 

ସବୁଠୁ ବଢିଆ ପୃଥିବୀରେ 

ଦେଖିବ ପଥେ ପଥିକ ଆସ 

ଇଶ୍ୱର ଅଛନ୍ତି ସବୁଠି 

ହେଲେ ଏଠି ଆତ୍ମପ୍ରକାଶ 

ଗଛ ଫୁଲ ଫଳେ ଭାରି ସବୁଠି 

ଏଠି ସ୍ୱାଦିଷ୍ଟ ରସ 

ନଦୀ ଜଳ ନେଇ କୁଳୁକୁଳୁ ବହି 

ଏଠୁ ଆରମ୍ଭ ଶେଷ 

ଜନ୍ମରୁ ଜୁଇ ଅଢେଇ ଦିନ ଜୀବନେ 

ଏଠି ସ୍ୱର୍ଗଦ୍ୱାର ମିଶି ଆକାଶ 

ପାହାଡ଼ ଅଛି ଝରଣା ବି ଅଛି 

ସମୁଦ୍ର ବାହି ନେଉଛି କ୍ଳେଶ 

ବାଲି ଗୋଡି ମାଟି ସବୁଠି ଏକା 

ଏଠି ଅବଢ଼ା କୈବଲ୍ୟ ବାସ 

ଫଳ ମୂଳ ଡ଼ାଳ କଳ କୌଶଳ 

ଏଠି ନୂଆ ପରଶ 

ମହୋଦଧି ଅଛି କେତେଠି 

ଏଠି ଶାନ୍ତି ପ୍ରୀତିର ଫାଶ 

ଉର୍ମି ଉଠେ ସମୁଦ୍ର ଯେଉଁଠି 

ଏଠି ତ୍ରିବେଣୀ ରା଼ସ 

ମନ୍ଦିର ମଠ ମସଜିଦ ଗୀର୍ଜା 

ଏଠି ଏକତାରେ ବଶ ଓ ସ୍ପର୍ଶ 

ପାଇକ ପୁଅର ଗୌରବ ଗାଥା 

କହେ ମାଟିମା ହୋଇ ହର୍ଷ 

ଜାତୀୟ ଦିବସ ସବୁଠିରହିଛି 

ଜାତୀୟ ପତାକା ପାଶ 

ଥରେ ଠିଆ ହେଲେ ଜାଣିବ 

ନୂଆ ଲାଗେ ସବୁ ବରଷ 

ଏ ମାଟିର ହସ ପାଣିରେ ନିଶ୍ୱାସ 

ଗଛର ଛାଇ ନଈରେ ନାଉରୀ ଥାଇ 

ବଢ଼ାଏ ବିଶ୍ୱାସ ଦେଇ ଆଶ୍ୱାସ 

ଥରେ ଦେଖିବ ଆସ 

ପାରା ଉଡି ଉଡି ଯା ତୁ ଦୂର ଦେଶ 

କହିବୁ ରାଇଜ କାହାଣୀ ଦେଶ ସାରଣୀ 

ମିଛ ନଥିବ ଲେଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics